କଳାହାଣ୍ଡିରେ ହାତୀ ଉପଦ୍ରବ

Published By : Prameya-News7 Bureau | August 20, 2018 IST

କଳାହାଣ୍ଡି ୨୦/୮ : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ମତାଚୁଆଁ, କୋଷାବରା ଓ ଜାକେଶପଦର ଅଂଚଳରେ ହାତୀଙ୍କର ଉପଦ୍ରବ ଦେଖିବାକୁ ମିଳିଛି । ହାତୀମାନେ ଫସଲ ନଷ୍ଟ ସହ ଘର ଭାଙ୍ଗୁଥିବା ଅଭିଯୋଗ ହୋଇଛି । ଦିନରେ ଜଙ୍ଗଲ ମଧ୍ୟରେ ହାତୀମାନେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଜନ ବସତି ମୂହାଁ ହୋଇ ଅନେକ ଚାଷ ଜମି ଉଜାଡି ଦେଉଛନ୍ତି । ବନ ବିଭାଗ ପାଖରେ ସମସ୍ତ ସୂଚନା ଥାଇ ମଧ୍ୟ ହାତୀ ଘଉଡାଇବାରେ ବିଫଳ ହୋଇଛି । ଯେଉଁଥି ପାଇଁ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଚାଷୀଙ୍କ ଫସଲ ଉଜୁଡୁଛି । କିନ୍ତୁ ଚାଷୀଙ୍କୁ ମିଳୁନି ଉଚିତ କ୍ଷତି ପୁରଣ। ଯେଉଁଥିପାଇଁ ଅସହାୟ ହେଉଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.