ମାହୁନ୍ତଙ୍କ ମୃତ୍ୟୁ ପରେ ପହଞ୍ଚିଲା ହାତୀ, ମୃତଦେହକୁ ଶୁଣ୍ଢରେ ଛୁଇଁ କାନ୍ଦିଲା, ଭିଡିଓ ଦେଖିଲେ ଆଖିରୁ ଝରି ପଡ଼ିବ ଲୁହ

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୪/୬: ମଣିଷମାନଙ୍କ ପ୍ରତି ପୋଷା ପଶୁର ଆନୁଗତ୍ୟ ପ୍ରାୟ ଦେଖିବାକୁ ମିଳେ। ସେମାନେ ମଧ୍ୟ ମଣିଷ ଭଳି ଭାବାବେଗ ସହ ଜଡ଼ିତ। ନିଜର କେହି ଛାଡ଼ି ଚାଲିଗଲେ ସେମାନଙ୍କୁ ଆମ ଭଳି ମଧ୍ୟ କଷ୍ଟ ହୁଏ। ଏମିତି ଆଉ ଏକ ହାତୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହେଉଛି।

ଏହି ଭିଡିଓ ଦେଖିଲେ ହାତୀର ଫ୍ୟାନ୍‌ ତ ହେବେ ଆଉ ହଁ ଇମୋସନାଲ୍‌ ବି ହୋଇଯିବେ। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳୁଛି , ଗୋଟିଏ ହାତୀ ଚାଲି ଚାଲି ଆସୁଛି। କିଛି ସମୟ ପରେ ସେଠାରେ ଭିଡ଼ ଜବିଥିବା ଦେଖିବାକୁ ମିଳୁଛି। ଭିଡ଼କୁ ଏଡାଇ ହାତୀଟି ଗୋଟିଏ ସ୍ଥାନରେ ଅଟକୁଛି। ସେଠାରେ ତାର ମାହୁନ୍ତର ମୃତଦେହକୁ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା।

ଅନେକ ସମୟ ହାତୀଟି ନିଜର ମାହୁନ୍ତଙ୍କୁ ଦେଖୁଛି। ଏହା ପରେ ନିଜ ଶୁଣ୍ଢରେ ନିଜ  ମୃତ ମାହୁନ୍ତଙ୍କ ଶରୀରକୁ ଛୁଇଁଛି, ଡାକିବାକୁ ଚେଷ୍ଟା କରିଛି ଆଉ ତା ପରେ ତା ଆଖିରୁ ଝରିପଡ଼ୁଛି ଲୁହ। ଭିଡିଓଟି ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏହା କେଉଁଠି ଏବେ କେବେ ସୁଟ୍‌ କରାଯାଇଛି ତାହା ଜଣାପଡ଼ିନାହିଁ। ଲୋକେ କିନ୍ତୁ ଭଲ ରେସପନ୍ସ କରିଛନ୍ତି। ଦୃଶ୍ୟ ଟି ସତରେ ଇମୋସନାଲ୍‌, କଣ କରାଯାଇପାରିବ !!

wp:embed {"url":"https://twitter.com/nandu79/status/1400503807084154880","type":"rich","providerNameSlug":"twitter","responsive":true,"className":""}
https://twitter.com/nandu79/status/1400503807084154880
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.