୬ଘଣ୍ଟା ପରେ ଗାତରେ ଫସିଥିବା ମାଈ ହାତୀ ଉଦ୍ଧାର

Published By : Prameya-News7 Bureau | February 02, 2020 IST

ସାନଖେମୁଣ୍ଡି ୨।୨:  ଦୀର୍ଘ ୬ ଘଣ୍ଟା ଧରି ଗାତରେ ଫସିଥିବା ହାତୀ ଉଦ୍ଧାର ହେଲା । ଗଞ୍ଜାମ ଜିଲ୍ଲା ଅଲାରିଗଡ ଜେନାଖୋଲ ପାହାଡ ପାଖରେ ଏକ ଗାତରେ ପଡି ଏକ ମାଈ ହାତୀ ହଟାହଟା ହେଉଥିଲା । ଜେସିବି ଏବଂ କ୍ରେନ୍ ସାହାଯ୍ୟରେ ହାତୀକୁ ଉଦ୍ଧାର କରାଯାଇଛି ।

{"id":219040,"sizeSlug":"large"}

ପ୍ରଥମେ ଗାତରେ ପାଣି ଭର୍ତ୍ତି କରି ହାତୀକୁ ଉପରକୁ ଉଠାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଥିରେ ହାତୀ ଉପରକୁ ଉଠିପାରିନଥିଲା । ଘଟଣାସ୍ଥଳରେ ବ୍ରହ୍ମପୁର ଦିଗପହଣ୍ଡି ବନ ବିଭାଗର ୫୦ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଦିଗପହଣ୍ଡିରୁ ଅଲାରିଗଡ ଆସୁଥିବା ୧୫ଟିକିଆ ହାତୀ ପଲ ଭିତରୁ ଗୋଟିଏ ମାଈ ହାତୀ ଗାତରେ ପଡି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.