ଖାଲରେ ପଡିଥିବା ହାତୀକୁ ଉଦ୍ଧାର କଲେ ବନବିଭାଗ ଅଧିକାରୀ

Published By : Prameya-News7 Bureau | April 28, 2019 IST

ସମ୍ବଲପୁର ୨୮|୪: ସମ୍ବଲପୁର ସଦର ରେଞ୍ଜ  ଯୁଜୁମୁରା ବ୍ଲକ୍ ଅନ୍ତର୍ଗତ ବସିଆପଡା କୁମରେ ଜଙ୍ଗଲ ଭିତରେ ଏକ ଖାଲରୁ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଗତ ଏକମାସ ଧରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ୨୪ଟି ହାତୀ ଘୁରି ବୁଲୁଥିବା ଦେଖାଯାଉଥିଲା। ଏହି ହାତୀ ପଲରେ ୪ଟି ଛୁଆ ହାତୀ ମଧ୍ୟ ରହିଥିଲେ । ଯୁଜୁମୁରା  ଅଂଚଳର ଗୋଟିଏ ଜଙ୍ଗଲରୁ ବାହାରି ଧମା ଅଞ୍ଚଳକୁ ଯିବା ସମୟରେ  ହାତୀ ମାନେ ବାଟରେ ପାଣି ପିଇଥିଲେ। ହେଲେ ଅନ୍ଧାର ଥିବାରୁ ଗୋଟିଏ ହାତୀ ଛୁଆ ଖାଲ ଭିତରେ ପଡିଯାଇଥିଲା। ଛୁଆ ହାତୀଟିକୁ ଉଠାଇବା ପାଇଁ ମାଈ ହାତୀ ଚେଷ୍ଟା କରିଥିଲା ହେଲେ ସେ ମଧ୍ୟ ଖାଲରେ ପଡିଯାଇଥିଲା।

{"id":108272}

ଖବର ପାଇ ସମ୍ବଲପୁର ସଦର ରେଞ୍ଜର ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଦୁଇଟି ହାତୀକୁ ଉଦ୍ଧାର କରିଥିଲେ। ଉଦ୍ଧାର ହେଲା ପରେ ହାତୀଟି ରାଗିଯାଇ ଦୁଇଟି ଗାଡି ଭାଙ୍ଗିଦେଇଥିବା ଜଣାପଡିଛି। ଏହି ହାତୀ ପଲ ଦୀର୍ଘ ଦିନ ହେବ ଏହି ଅଂଚଳରେ ରହି ଆତଙ୍କ ସୃଷ୍ଟି କରୁଥିଲେ।  ଅନେକ  ଘର ଓ ଫସଲ ନଷ୍ଟ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.