Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଉତ୍ସବ ଚାଲିଥିବା ବେଳେ ହାତୀ ଦଳି ଦେବାରୁ ୧୮ ଆହତ, ଦେଖନ୍ତୁ ଭିଡିଓ

10/09/2019 at 8:45 PM

 କଲମ୍ବୋ – ଶ୍ରୀଲଙ୍କରେ ବୌଦ୍ଧ ଧର୍ମର ଏକ ଉତ୍ସବ ଚାଲିଥିବା ବେଳେ ଏଥିରେ ସାମିଲ ହୋଇଥିବା ହାତୀ  ଦଳି ଦେବାରୁ ୧୮ ଜଣ ଗୁରୁତର ହୋଇଛନ୍ତି । ଏହି ଉତ୍ସବ କୋଟେ ନାମକ ସ୍ଥାନରେ ଚାଲିଥିଲା । ଏଥିରେ ଏକ ହାତୀକୁ ସଜ୍ଜା ଯାଇ ଅଣାଯାଇଥିଲା ।୧୦ ଦିନ ଧରି ଏହି ହାତୀକୁ ସମାରୋହରରେ ସାମିଲ କରାଯାଇଥିଲା ।

ଏହାକୁ ଜଣେ ମନ୍ତ୍ରୀ ଚମକୁଥିବା ବସ୍ତ୍ର ଦେଇଥିଲେ । ମାତ୍ର ହଠାତ୍‌ କିଛି ଲୋକ ହାତୀ ଆଡକୁ ଦୌଡି ଆସିଥିଲେ । ଏଥିରେ ହାତୀଟି ଚମକି ଯାଇ ଆଗରୁ ଦୌଡି ଥିଲା ।

ହାତୀ ଲୋକଙ୍କ ଆଡକୁ ଦୌଡିବାରୁ ଲୋକମାନେ ଭୟରେ ଏଣେ ତେଣେ ଦୌଡିଥିଲେ । ଆହତମାନଙ୍କ ମଧ୍ୟରେ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି ।

ଯାତ୍ରାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଆହତମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନାକୁ ନେଇଥିଲେ । ଚିକିତ୍ସାପରେ  ୧୬ ଜଣଙ୍କୁ ଛାଡି ଦିଆଯାଇଛି । ଏହି ଉତ୍ସବେ ୬୦ଟି ହାତୀ ସାମିଲ ହୋଇଥିଲା ।

ଉତ୍ସବରେ ରୋଗୀଣା ଅସୁସ୍ଥ ଥିବା ଓ ବୟସ୍କ ହାତୀଙ୍କୁ ସାମିଲ କରାଯାଉଥିବା ସେଭ୍‌ ଏଲିଫ୍ୟାଣ୍ଟ ନାମକ ସଂସ୍ଥା କହିଛି । ହାତୀମାନଙ୍କୁ ୧୦ ରାତି ଜବରଦସ୍ତ ଉତ୍ସବରେ ଚାଲିବାକୁ ବାଧ୍ୟ କରାଯାଉଛି। ହାତୀମାନଙ୍କୁ ଏପରି କଷ୍ଟ ନ ଦେବା ପାଇଁ ଶ୍ରୀଲଙ୍କାର ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି ।

   Related Posts