Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସମ୍ବଲପୁରରେ ଦନ୍ତା ହାତୀର ଉତ୍ପାତ: ଘର ଭିତରକୁ ଷୁଣ୍ଢ ପୁରାଇ ଭିଡି ନେଉଛି ସବୁ ଜିନିଷ, ଆତଙ୍କରେ ଗାଁ ଲୋକେ

30/01/2021 at 6:29 PM

ସମ୍ବଲପୁର/ନୂଆପଡା ୩୦।୦୧: ସମ୍ବଲପୁର ସଦର ରେଞ୍ଜରେ ଦନ୍ତା ହାତୀର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଦନ୍ତା କାହାର ଘର ଭାଙ୍ଗିଲାଣି ତ କାହା ବାଡିରେ ପଶି ସବୁ କିଛି ନଷ୍ଟ କଲାଣି । ଦନ୍ତାର ଉତ୍ପାତରେ ତ୍ରାହିତ୍ରାହି ଡାକିଲେଣି ଲୋକେ। ଏପରିକି ବନ ବିଭାଗ ନିରୁପାୟ ହୋଇ ବସିଛି ।  ହାତୀକୁ  ଟ୍ରାଙ୍କୁଲାଇଜ କରିବା ପାଇଁ ଜୋର ଧରିଲାଣି ଦାବି।

ସମ୍ବଲପୁର ସଦର ରେଞ୍ଜ ମୁଣ୍ଢେର ଗାଁରେ ଦନ୍ତା ହାତୀଙ୍କ ଉତ୍ପାତ ଯୋଗୁଁ ସଞ୍ଜ ନଇଁଲେ ପଡି ଯାଉଛି ତାଟି କବାଟ । ଦନ୍ତା ଉତ୍ପାତରେ  ଥରହର ହେଉଛନ୍ତି ଗାଁ ଲୋକେ । ହାତୀ ଗାଁରେ ପଶି କାହା ବାଡି ବଗିଚାରେ ପଶି ଫସଲ ନଷ୍ଟ କଲାଣି ତ ଆଉ କାହା ଘର ଭାଙ୍ଗିଲାଣି । ଘର ଭିତରକୁ ଷୁଣ୍ଢ ପୁରାଇ ଦନ୍ତା ଯାହା ପାରୁଛି ତାହା ଭିଡି ନେଉଛି । ଘରକୁ ଛିନଛତ୍ର କରିବା ସହ ଗାଁର ବୃଦ୍ଧା ଉର୍ବସୀ ଶିକାଙ୍କ କେବଳ ଘର ଭାଙ୍ଗିନି ଚୁଲିରେ ବସିଥିବା ଭାତ ହାଣ୍ଡିକୁ ବି ମାଡି ମକଚି ଦେଇଛି । ସେ ରାସନ ଆକାରରେ ପାଇଥିବା ଦୁଇ ବସ୍ତା ଚାଉଳକୁ ଛିନଛତ୍ର କରିପକାଇଛି ।

ଏବେ ମାସକ ଯାକ କଣ ଖାଇବେ କେଉଁଠି ରହିବେ ସେହି ଚିନ୍ତାରେ ପଡିଛନ୍ତି ଉର୍ବସୀ। କେବଳ ଏହି ଗାଁରେ ନୁହେଁ ଦନ୍ତାର ଦାଦାଗିରିରେ ଆଖପାଖ ୧୫ ରୁ୨୦ଟି ଗାଁର ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ସେପଟେ ବନ ବିଭାଗ ପାଖରେ ଅଭିଯୋଗ କଲେ ବି ବନ ବିଭାଗ ବି ନିରୁପାୟ ହୋଇ ବସିଛି । ଲୋକେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଲେଣି । 

   Related Posts