Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଠଗଡ ବନଖଣ୍ଡରେ ବଣୁଆ ହାତୀ ଆତଙ୍କ, ଦିନ ୪ଟା ପରେ ଘରୁ ବାହାରିଲେ ବେଶୀ ବିପଦ

21/12/2019 at 1:20 PM

ଆଠଗଡ୨୧/୧୨: ଆଠଗଡ ବନଖଣ୍ଡ  ଖୁଣ୍ଟୁଣି ରେଞ୍ଜ୍ ଅନ୍ତର୍ଗତ ବଉଳ, ସାରକୋଳି ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କ। ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଭୟର ବତାବରଣ ସୃଷ୍ଟି ହୋଇଛି। ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରତିଦିନ ଅପରାହ୍ନ ଚାରିଟା ପରେ ଲୋକମାନେ ବାହାରକୁ ବାହାରିବା ଏକ ପ୍ରକାରର ସମସ୍ୟା ପାଲଟି ଯାଇଛି ।

ସେହିପରି ସ୍କୁଲ ପିଲାମାନେ ସ୍କୁଲରୁ ଘରକୁ ଫେରିବାକୁ ଭୟ କରୁଛନ୍ତି। ବଣୁଆ ହାତୀମାନେ ଏବେ ଆଖପାଖ ଜନ ଗହଳି ସ୍ଥାନରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଘଟଣା ସ୍ଥଳକୁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାରୁ ନ ଥିବା ଲୋକଙ୍କ ଅଭିଯୋଗ । ଜଙ୍ଗଲୀ  ହାତୀ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକମାନେ ଭିଡ ଜମାଉଥିବାବେଳେ ହାତୀମାନଙ୍କ ପାଲଟା ଆକ୍ରମଣ ଏବେ ଜନସାଧାରଣଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

ବହୁଦିନର ବ୍ୟବଧାନ ପରେ ଏବେ ହାତୀମାନେ ଆଠଗଡ ବନଖଣ୍ଡକୁ ଆସିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଏହା ଉପରେ ନଜର ରଖିବା ସହିତ ହାତୀ ମାନଙ୍କୁ ଘଉଡାଇ ଜଙ୍ଗଲ ମୁହାଁ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା।

   Related Posts