Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ମଣିଷ ଭଳି କିଏ ଆଙ୍କିପାରେ ଚିତ୍ର ? ମଣିଷ ଭଳି ଆଉ କାହାର ବୁଦ୍ଧି ? କିଏ ସେହି ଜୀବ, ଯିଏ ମଣିଷ ନୁହେଁ, କିନ୍ତୁ ସାମାଜିକ ପ୍ରାଣୀ ? ଜାଣନ୍ତୁ…

22/11/2019 at 5:21 PM

ଭୁବନେଶ୍ବର (ସମରେନ୍ଦ୍ର ବଳିଅ।ରସିଂହ) ୨୨।୧୧: ସେ ମଣିଷ ନୁହେଁ, କିନ୍ତୁ ଚିତ୍ର ଅ।ଙ୍କୁଛି । ନିଜ ଚିତ୍ର ନିଜେ ଅ।ଙ୍କୁଛି । ଏହା କ’ଣ ସଂଭବ? କୌଣସି ଜୀବଜନ୍ତୁ କ’ଣ ଚିତ୍ର ଅ।ଙ୍କିପାରିବେ ? ପୁଣି ନିଜ ଚିତ୍ର ନିଜେ ? ନିଜ ଚିତ୍ର ସାଂଗରେ ସେ ଫୁଲର ଚିତ୍ର ବି କରୁଛି..ଏକଦମ ମଣିଷ ଭଳି । ସେ ନିଜ ନାଁ ବି ଲେଖୁଛି, ତାହା ପୁଣି ଇଂଲିଶରେ । ଚାରି ବର୍ଷ ବୟସରୁ ସେଇ ଜୀବଟି ଅ।ଙ୍କୁଛି ଚିତ୍ର । କିଏ ସେହି ଜୀବ? ଅ।ମେ ଭାବୁ, କେବଳ ଅ।ମେ ମଣିଷମାନେ ହିଁ ଚିତ୍ର ଅ।ଙ୍କିପାରୁ, ଆମେ ପରା ଶ୍ରେଷ୍ଠପ୍ରାଣୀ ।

ତେବେ ସେଇ ଜୀବଟି ନିଜ ଚିତ୍ର ନିଜେ ଅ।ଙ୍କୁଛି । ସେ ହେଉଛି ହାତୀ । ଚିତ୍ର ବି ଏମିତି ସେମିତି ନୁହଁ, ଭାରି ସୁନ୍ଦର ଚିତ୍ର । ହାତୀ ବି ଜବରଦସ୍ତ ଚିତ୍ର ଅ।ଙ୍କିପାରେ ! ବିଶ୍ବାସ ନ ହେଉଥିଲେ ବି ଏହା ସତ୍ୟ । ହାତୀ ନିଜ ନାଁକୁ ଇଂଲିଶରେ ଲେଖୁଛି । ତା’ ନାଁ ହଉଚି  ‘S U D A’ …‘ସୁଡା ବା ସୁଦା’ । ଏଇ ଚିତ୍ରକର ହାତୀ ବା Painting Elephant ନିଜ ଶୁଣ୍ଢରେ କରୁଚି ପେଣ୍ଟିଙ୍ଗ୍ । ଥାଇଲାଣ୍ଡର ଚିଅ।ଙ୍ଗ ମାଇ ଅଂଚଳରେ ଥିବା ମାଇଟାଇଙ୍ଗ୍ ଏଲିଫାଣ୍ଟ କ୍ୟାମ୍ପରେ ଦେଖିବାକୁ ମିଳୁଛି ଏଭଳି ବିରଳ ଦୃଶ୍ୟ ।

ଗଛର ସୁନ୍ଦର ଚିତ୍ର କରୁଛି ହାତୀ । ରଂଗ ବି ଦଉଛି…ସବୁଜ ପତ୍ର ଅ।ଉ ଲାଲ ରଂଗର ଫୁଲ ବି କରୁଛି । ହାତୀ ପ୍ରକୃତିର ବଡ଼ ସାଥୀ । ପ୍ରକୃତିରେ ତା’ର ବାସ, ସେଥିପାଇଁ ପ୍ରକୃତିର ଚିତ୍ର ସେ ଅ।ଙ୍କୁଛି । କେବଳ ସେତିକି ନୁହେଁ, ନିଜ ଭାଇ କି ଭଉଣୀର ଚିତ୍ର ବି ସେ ଅ।ଙ୍କୁଛି । ମଣିଷ ଭଳି କ’ଣ ସିଏ ସ୍ବାର୍ଥପର ହେଇଛି ନା କ’ଣ? ହେତୁ ହେବା ପରଠୁ ସିଏ ସମସ୍ତଙ୍କ କଥା ଭାବୁଛି । ଶେଷରେ ସେ ଲେଖୁଛି J E S S…. ଜେସ୍ । ଜେସ୍ ହଉଛନ୍ତି ଜଣେ ଯୁବତୀ, ଯିଏକି WWF ବା World Wildlife Fund ପାଇଁ କାର୍ଯ୍ୟ କରୁଛନ୍ତି ।

ଅ।ପଣମାନେ ଜାଣି ଅ।ଶ୍ଚର୍ଯ୍ୟ ହେବେ ଯେ, ହାତୀମାନଙ୍କ ଏଇ ପେଣ୍ଟିଙ୍ଗ୍ର ବିକ୍ରିଲବ୍ଧ ଅର୍ଥରୁ ସେମାନଙ୍କ ସୁରକ୍ଷା କରାଯାଉଛି । ସରକାରଙ୍କ ସହାୟତାରେ ହାତୀଶିକାରୀମାନଙ୍କ କବଳରୁ ହାତୀମାନଙ୍କୁ ବଂଚାଇବା ପାଇଁ ପେଣ୍ଟିଂବିକ୍ରି ଲବ୍ଧ ଅର୍ଥର ଉପଯୋଗ କରାଯାଉଚି. । ଅର୍ଥାତ୍ ଏ ହାତୀମାନେ ହେଉଛନ୍ତି ଅ।ତ୍ମନିର୍ଭରଶୀଳ । କାହାର ହାତଟେକା ଉପରେ ସେମାନେ ନିର୍ଭର କରୁନାହାନ୍ତି ।

ଅ।ମେ ମଣିଷମାନେ ସିନା ମାଗଣା, ମାହାଳିଅ। ଯୋଜନାଗୁଡ଼ିକ ଉପରେ ନିର୍ଭରଶୀଳ, କିନ୍ତୁ ଏ ହାତୀ ନୁହଁନ୍ତି । ମାନିବାକୁ ପଡ଼ିବ  ଏ ହାତୀମାନଙ୍କୁ, ତା’ ସହିତ ସେମାନଂକ ମାହୁନ୍ତ ଏବଂ ତାଲିମଦାତାମାନଂକୁ । କାରଣ ଏଇ ମଣିଷ ତ ସେମାନଙ୍କୁ ପେଣ୍ଟିଙ୍ଗ୍ ଶିଖେଇଛି । ହାତୀମାନଙ୍କର ଏଇ ପେଣ୍ଟିଙ୍ଗ୍ ବହୁ ପଶୁ ତଥା ପ୍ରକୃତିପ୍ରେମୀ କିଣୁଛନ୍ତି । ଅନେକ ସମୟରେ ଏଇ ପେଣ୍ଟିଙ୍ଗଗୁଡ଼ିକର ପ୍ରଦର୍ଶନୀ ହେଉଚି । ବିକ୍ରିଲବ୍ଧ ଅର୍ଥ ବହୁ ସ୍ବେଛାସେବୀ ସଂସ୍ଥାକୁ ଦାନ କରାଯାଉଚି ହାତୀମାନଙ୍କର ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ।  

ଚିତ୍ରକର ହାତୀମାନଙ୍କ ସମ୍ବନ୍ଧରେ ଅ।ଲୋଚନା କଲେ ସାମ୍ନାକୁ ଅ।ସିଥାଏ ‘ରୁବି’ର ନାଁ। ଥାଇଲାଣ୍ଡରେ  ଜନ୍ମିତ ଏହି ହାତୀକୁ ମାତ୍ର ୭ ମାସ ହୋଇଥିବାବେଳେ ତାକୁ ଯୁକ୍ତରାଷ୍ଟ୍ର ଅ।ମେରିକାର ଅ।ରିଜେନାରେ ଅବସ୍ଥିତ ଫୋନେକ୍ସ ଚିଡ଼ିଅ।ଖାନାକୁ ନିଅ।ଯାଇଥିଲା । ପ୍ରଥମେ ପ୍ରଥମେ କିଛି ଛେଳି ଓ କୁକୁଡ଼ାଙ୍କ ସାଂଗରେ ସେ ରହିଥିଲା । ତା’ ସାଂଗରେ କେହି ହାତୀ ନଥିଲେ । ପିଲାବେଳୁ ସେ ସେ କାଦୁଅକୁ ଘଂଟାଚକଟା କରୁଥିଲା ଏବଂ କାଠିରେ ଗାରଉଥିଲା । ଚିଡ଼ିଅ।ଖାନା କର୍ତ୍ତୁପକ୍ଷ ଏହା ଦେଖିବା ପରେ ତାକୁ ଧରାଇଲେ ରଂଗତୁଳୀ ଓ ରଂଗ । ତା’ ପରେ ଦେଖିବାକୁ ମିଳିଲା ଅ।ଶ୍ଚର୍ଯ୍ୟଜନକ ଦୃଶ୍ୟ । ସେ ଅ।ଙ୍କିଲା ସୁନ୍ଦର ସୁନ୍ଦର ଚିତ୍ର । ୧୯୭୩ ମସିହାରୁ ୧୯୯୮ ମସିହା ପର୍ଯ୍ୟନ୍ତ ବଂଚିଥିଲା ରୁବି । ସେ ସମୟରେ ତା’ର ଦ୍ବାରା ଅଂକିତ ଗୋଟେ ପେଣ୍ଟିଙ୍ଗ୍ ସର୍ବାଧିକ ୨୫ହଜାର ଡଲାରରେ ବିକ୍ରି ହୋଇଥିଲା ।  

ହାତୀ କରୁଛି ଚମତ୍କାର ଚିତ୍ର । ତା’ ଚିତ୍ର ଦେଖିବାକୁ ଅ।ସୁଛନ୍ତି ପର୍ଯ୍ୟଟକ ଏବଂ ବହୁ ନାମୀଦାମୀ ଚିତକ୍ରର । ଲଣ୍ଡନ ଅ।ର୍ଟ ଗ୍ୟାଲେରୀରେ ମଧ୍ୟ ସ୍ଥାନ ପାଇଛି ହାତୀ ଶୁଣ୍ଢରେ କରାଯାଇଥିବା ପେଣ୍ଟିଙ୍ଗ୍ । ଅନେକ ସ୍ଥାନରେ ସ୍ବତଂତ୍ର ଭାବେ ଏଲିଫ୍ୟାଣ୍ଟ ଅ।ର୍ଟ ଗ୍ୟାଲେରୀ ମଧ୍ୟ ରହିଛି, ଯେଉଁଠି କେବଳ ହାତୀମାନଙ୍କ ଦ୍ବାରା କରାଯାଇଥିବା ପେଣ୍ଟିଙ୍ଗ୍ ମିଳିଥାଏ । ଅନଲାଇନରେ ମଧ୍ୟ ଏସବୁ ଉପଲବ୍ଧ ହେଉଛି ।

ମଣିଷ ପରି ମଗଜ । ଅନେକ କ୍ଷେତ୍ରରେ ମଣିଷ ଯାହା ଭାବିପାରେନି, ହାତୀ ତା’ ଠାରୁ ଅଧିକ ଭାବେ । ତେଣୁ ତା’ ବୁଦ୍ଧିମତ୍ତା କିଛି କମ୍ ନୁହେଁ । ତୁଚ୍ଛାକୁ କ’ଣ ଅଗ୍ରପୂଜ୍ୟ ଗଣେଶଙ୍କର ହାତୀମୁଣ୍ଡ ଲାଗିଥିଲା ! ତେଣୁ ବିଦ୍ୟା, ବୁଦ୍ଧିର ଦେବତା ଗଣେଶଙ୍କର ଅ।ଶୀର୍ବାଦ ରହିଛି ହାତୀ ଉପରେ । ଗବେଷଣାରୁ ଜଣାପଡ଼ିଛି ଯେ, ହାତୀମାନେ ହେଉଛନ୍ତି ମଣିଷ ପରି ସୃଜନଶୀଳ ।

ସେମାନେ ସୃଜନାତ୍ମକ ବା କ୍ରିଏଟିଭ୍ କାର୍ଯ୍ୟକୁ ଭଲ ପାଅ।ନ୍ତି, ଖେଳିବାକୁ ବି ଭଲ ପାଅ।ନ୍ତି । ସେମାନଂକର ଇଚ୍ଛା ବିରୋଧରେ ଯଦି କିଛି କାମରେ ମଣିଷ ସେମାନଂକୁ ବ୍ୟାପୃତ୍ତ କରେ, ତେବେ ସେମାନଙ୍କୁ ତାହା ବିରକ୍ତ କରାଏ । ତେଣୁ ହାତୀମାନଙ୍କୁ ଜଂଗଲ ବା ଗଛଲତା ଅ।ଚ୍ଛାଦିତ ପରିବେଶରେ ପେଣ୍ଟିଙ୍ଗ୍ କରିବାକୁ ଛଡ଼ାଯାଇଥାଏ । ମଣିଷ ଭଳି ହାତୀକୁ ମଧ୍ୟ ସାମାଜିକ ପ୍ରାଣୀ ବା ସୋସିଅ।ଲ ଅ।ନିମଲ ବୋଲି କୁହାଯାଇଥାଏ । ନିର୍ଜନତା ବା ଏକୁଟିଅ। ରହିବା ହାତୀର ପସନ୍ଦ ନୁହେଁ ଠିକ୍ ମଣିଷ ଭଳି ।

   Related Posts