ସାହରାପଡା ଅଞ୍ଚଳରେ ହାତୀ ଆତଙ୍କ, ନଷ୍ଟ କଲେ ପନିପରିବା ଚାଷ

Published By : Prameya-News7 Bureau | January 18, 2022 IST

ପାଟଣା, ୧୮/୦୧:  କେନ୍ଦୁଝର ଜିଲ୍ଲା ସାହାରପଡା ସେକ୍ସନ ଅଞ୍ଚଳରେ କିଛି ମାସ ବ୍ୟବଧାନରେ ପୁଣି  ୭ ଟିକିଆ ହାତୀପଲଙ୍କ ଉପଦ୍ରବ  ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ହାତୀପଲ ଠାକୁରମୁଣ୍ଡା ରେଞ୍ଜରୁ ଆସି ସାହାରପଡା ସେକ୍ସନର ହିଞ୍ଜିଲି ଗଡ଼ିଆ, କଣ୍ଟିଡ଼ିହି, ଚୁଆ ପାଣି ଗ୍ରାମରେ ବ୍ୟାପକ ପନି ପରିବା ଚାଷ ନଷ୍ଟ କରିଛନ୍ତି ହାତୀପଲ ।

ଏହାସହ ଗଜରାଜ ଚୁଆପାଣି ଗ୍ରାମର ଅକ୍ଷୟ ମହାନ୍ତଙ୍କ ଘରକୁ ଭାଙ୍ଗିଦେଇଛନ୍ତି । ଏବେ ହାତୀପଲ ଟିକାସିଲ ଜଙ୍ଗଲରେ ଥିବା ବନ ବିଭାଗ  ସୂଚନା ଦେଇଛି। ଗାଁ ନିକଟ ଜଙ୍ଗଲରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଜାରି ରଖିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.