ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ଓ ବାର୍‌ହା ମୃତ, ବନବିଭାଗର ଛାନ୍‌ଭିନ୍‌

Published By : Prameya-News7 Bureau | December 01, 2020 IST

ଢେଙ୍କାନାଳ ୦୧।୧୨: ବିଦ୍ୟୁତ ଆଘାତରେ ଦନ୍ତାହାତୀ ଓ ବାର୍‌ହା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ପୁରୁଣା କୋଟଗାଁ ବେଉପଥର ନିକଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ବନିବିଭାଗ ପହଞ୍ଚି ମୃତଦେହକୁ ଠାବ କରିଛି ।

 ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଓ ବାର୍‌ହାର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ କିଛି ବିଦ୍ୟୁତ ତାର ମଧ୍ୟ ଜବତ କରିଛି ବନ ବିଭାଗ । ତେବେ ମୃତ ହାତୀଟିର ବୟସ ପ୍ରାୟ ୩୦ ବର୍ଷ ହୋଇଥିବା ବେଳେ ବାର୍‌ହାର ବୟସ ୧୦ ବର୍ଷ ହେବ ବୋଲି ସୂଚନା ରହିଛି । ସ୍ଥାନୀୟ ଅଞ୍ଚଳରେ ବଣୁଆ ଜୀବଜନ୍ତୁଙ୍କ ଉପଦ୍ରବରୁ ଧାନ ଫସଲକୁ ସୁରକ୍ଷାକ ଦେବା ପାଇଁ ବିଦ୍ୟୁତା ତାର ବିଛାଯାଇଥିଲା । ଯାହାଫଳରେ କି ଉଭୟ ଫଶି ମୃତ୍ୟୁ ହୋଇଯାଇଛି । ଘଟଣାସଂପର୍କରେ ଖବର ପାଇ ହିନ୍ଦୋଳ ବନାଞ୍ଚଳର କର୍ମଚାରୀମାନେ ପହଞ୍ଚି ହାତୀ ଓ ବାର୍‌ହାର ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.