ସଙ୍କଟରେ ଗଜରାଜ, ଦନ୍ତାହାତୀର ମୃତଦେହ ଠାବ

Published By : Prameya-News7 Bureau | October 26, 2020 IST

ଅନୁଗୁଳ ୨୬।୧୦: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡରେ କେବେ ହାତୀ ମଣିଷ କୁ ମାରୁଛି ତ କେତେବେଳେ ହାତୀ ନିଜେ ମରୁଛି । ବାମୁର ରେଞ୍ଜ କଦଳୀମୁଣ୍ଡା ଗାଁ ନିକଟରୁ ଏକ ଦନ୍ତାର ମୃତଦେହ ବନବିଭଗ ଉଦ୍ଧାର କରିଛି ।

ତେନନ୍ତାପାଣି ନାଳ ନିକଟରେ କିଛିଦିନ ହେଲା ଅସୁସ୍ଥ ଅବସ୍ଥାରେ ଏକୁଟିଆ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତ ହାତୀର ପୋଷ୍ଟମର୍ଟ କରିଛନ୍ତି । କେଉଁ କାରଣରୁ ହାତୀର ମୃତ୍ୟୁ ହେଲା ରିପୋର୍ଟ ଆସିଲେ ଜଣାପଡିବ ବୋଲି ବନ କର୍ମଚାରୀ କହିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ଆଉ ୧୫ରୁ ୨୦ ଗୋଟି ହାତୀ ବୁଲୁଛନ୍ତି । ହାତୀମାନେ ଧାନ, ମୁଗ, ହରଡ଼,ବିରି ଆଦି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ବନ କର୍ମଚାରୀ ହାତୀ ଘଉଡାଇବାକୁ ଉଦ୍ୟମ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.