Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆସୁଛନ୍ତି ଝାଡ଼ଖଣ୍ଡୀ ହାତୀ, ଉପଦ୍ରବ ରୋକିବା ପାଇଁ ବନ ବିଭାଗ ଓ ବିଦ୍ୟୁତ ବିଭାଗର ପ୍ରସ୍ତୁତି ବୈଠକ

4/11/2020 at 9:19 PM

ନୀଳଗିରି,୪/୧୧: ପାଇଲଟ ଦନ୍ତା ସର୍ଭେ କରି ଫେରିବା ପରେ ନୀଳଗିରି ଅଞ୍ଚଳକୁ ଶତାଧିକ ଝାଡ଼ଖଣ୍ଡ ହାତୀ ଆସିବା ଏକ ପ୍ରକାର  ନିଶ୍ଚିତ ହୋଇଯାଇଛି।ଏ ନେଇ ବନ ବିଭାଗ ଆଖିରୁ ନିଦ ହଜିଯାଇଥିବା ବେଳେ ହାତୀ ଉପଦ୍ରବର ସଠିକ ମୁକାବିଲା ପାଇଁ ବନ ବିଭାଗ ଓ ବିଦ୍ୟୁତ ବିଭାଗର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଅଛି।

ସୂଚନାରୁ ପ୍ରକାଶ କି ପ୍ରତ୍ୟେକ ବର୍ଷ ଭଳି ନୀଳଗିରି ଅଂଚଳକୁ ଶତାଧିକ ଝାଡ଼ଖଣ୍ଡ ହାତୀ ଚଳିତ ବର୍ଷ ଆସିବା ସୁନିଶ୍ଚିତ ହୋଇଛି।ଓଡିଶା ସୀମାନ୍ତରେ ଶତାଧିକ ଝାଡ଼ଖଣ୍ଡ ହାତୀ ଦୁଇଟି ପଲରେ ନୀଳଗିରି ମୁହାଁ ହୋଇଥିବା ବେଳେ ପାଇଲଟ ଦନ୍ତା ଗତ ୩୧ ତାରିଖ ନୀଳଗିରିର ବିଭିନ୍ନ ସ୍ଥାନକୁ ଆସି ପରିସ୍ଥିତି ର ଅନୁଧ୍ୟାନ କରି ଫେରିଯାଇଛି।ଏହାପରେ ସଦଳେବଳେ ହାତୀପଲ ଆସିବା ନିଶ୍ଚିତ ଜାଣି ବନ ବିଭାଗ ବିଭିନ୍ନ ଅଵ୍ୟଵସ୍ଥାର ସୁଧାର ପାଇଁ ସଜାଗ ହୋଇ ଉଠିଛି।ବିଭିନ୍ନ ସ୍ଥାନରେ ଟ୍ରେନଜ ପୋତି ହୋଇଯାଇଥିବା ବେଳେ ସୋଲାର ଫେନ୍ସି ମଧ୍ୟ ଛିଣ୍ଡିହୋଇ ତଳେ ପଡିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଦ୍ୟୁତ ତାର ବହୁ ସ୍ଥାନରେ ଓହଳି ହୋଇ ରହିଥିବା ବେଳେ ହାତୀଙ୍କ ଜୀବନ ଉପରେ ବିପଦ ରହିଥିବା ଜଣାପଡିଛି।

ହାତୀ ଉପଦ୍ରବର ସଠିକ ମୁକାବିଲା ଓ ଅବ୍ୟବସ୍ଥାର ସୁଧାର ପାଇଁ ଏସିଏଫ ଶରତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଆଜି ନୀଳଗିରି ବନ ବିଭାଗ,କୂଳଡିହା ବନବିଭାଗ ଓ ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି।ଓହଳିଥିବା ବିଦ୍ୟୁତ ତାର ସ୍ଥାନକୁ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମିଳିତ ତଦନ୍ତ କରିବା ସହ ଏହାର ପ୍ରତିକାର ମୂଳକ ତଦନ୍ତ କରିବା,ହାତୀ ଆସିବା ପରେ ରହିଥିବା ସ୍ଥାନରେ ବିଦ୍ୟୁତ କାଟ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି।ସେହିପରି ସୋଲାର ଫିନ୍ସିଂ ସଜାଡ଼ିବା ସହ ପୋତି ହୋଇଥିବା ଟ୍ରେନଜର ପୁନଃ ଉଧାର କରିବାକୁ ମଧ୍ୟ କୁହାଯାଇଛି।ସେହିପରି ହାତୀ ଆସିବା ପୂର୍ବରୁ ଗାଁ ଗୁଡିକରେ ସଚେତନ କରିବା ସହ ହାଣ୍ଡିଆ ଓ ମଦ ଭଳି ମାଦକ ଦ୍ରବ୍ୟ ନରଖିବାକୁ ଅଂଚଳବାସୀ ଙ୍କ ସୁରକ୍ଷା କାରଣରୁ ନିଷ୍ପତ୍ତି ହୋଇଛି।ଏହି ପ୍ରସ୍ତୁତି ବୈଠକରେ ବିଦ୍ୟୁତ ବିଭାର ଏସଡିଓ ଯଯାତି କେଶରୀ ସିଂହ, ବରମପୁର ବିଦ୍ୟୁତ ବିଭାଗର ଜେଇ ଶ୍ରୀକୃଷ୍ଣ ବେହେରା, ନୀଳଗିରି ଜେଇ ପାର୍ଥ ସାରଥୀ ବାରିକ,ମିତ୍ରପୁର ଆସିଷ୍ଟାଣ୍ଟ ମ୍ୟାନେଜର ଏବିସି ଦାସ,ନୀଳଗିରି ରେଞ୍ଜର ମନ୍ବର ଖାଁ,କୂଳଡିହା ମ୍ୟାନେଜର ବିଜୟ କୁମାର ମହାପାତ୍ର,ଫରେଷ୍ଟର ଦେବରାଜ ରାଉତ,ଶ୍ରୀଧର ଲେଙ୍କା,ସରୋଜ କୁମାର ପ୍ରଧାନ,ଫରେଷ୍ଟଗାର୍ଡ ଭଜମନ ସିଂ,ଜୟଦେବ ମଲ୍ଲିକ,ମନୋରଂଜନ ସିଂ,ବବିସ୍ମିତା ସାହୁ,ଜୟଲଷ୍ମୀ ପୁହାଣ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

   Related Posts