ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧର
21/12/2020 at 2:52 PM

ସୁବର୍ଣ୍ଣପୁର ୨୧।୧୨: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ରେଞ୍ଜ ବାରପାହାଡ଼ ଜଙ୍ଗଲ ଡୁମେରଖୋଲଠାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଛି । ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ହାତୀର ବୟସ ଦେଢ଼ ବର୍ଷ ହେବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ହେଲା ବାରପାହାଡ଼ ଜଙ୍ଗଲରେ ହାତୀ ପଲ ରହିଆସୁଥିଲେ । ସେଥିମଧ୍ୟରୁ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି । ବନ ବିଭାଗ କର୍ମଚାରୀ ଯାଇ ହାତୀର ଗଳିତ ମୃତଦେହକୁ ବ୍ୟବଚ୍ଛେଦ କରି ହାତୀକୁ ପୋତି ଦିଆଯାଇଥିଲା । ଅତ୍ୟଧିକ ଶୀତ କିମ୍ବା କୁର୍ମିଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କାରାଯାଉଛି ବୋଲି ବନ ବିଭାଗ ସୂଚନା ଦେଇଛି ।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021
ତାଲାପଦରରେ ନିର୍ମଣାଧିନ ବ୍ରିଜ୍ ଭୁଶୁଡିବା ଘଟଣା, SDO ଅସୀତ ପାତ୍ର ଗିରଫ
17 January 2021