ବସଲାଟ ଜଙ୍ଗଲରେ ମରିପଡିଛି ମାଈ ହାତୀ, ବିଷକ୍ରିୟାରୁ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | December 04, 2021 IST

ସୁବର୍ଣ୍ଣପୁର ୪।୧୨:  ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଶନିବାର ସକାଳୁ ହାତୀଟି ବସଲାଟ ଜଙ୍ଗଲରେ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇବା ପରେ ପଶୁ ସଂପଦ ବିଭାଗ, ବନ ବିଭାଗର ଅଧିକାରୀମାନେ କିପରି ହାତୀ ମରିଛି ସେ ନେଇ ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ହାତୀର ଶବ ବବ୍ୟବଚ୍ଛେଦ କରାଯାଇଛି । ବିଷକ୍ରିୟାରୁ ହାତୀଟିର ମୃତ୍ୟୁ ହୋଇଥାଏ ପାରେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସଦର ରେଞ୍ଜର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.