ଛେଣ୍ଡିପଦା ଗୋଡିମରା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 20, 2020 IST

ଅନୁଗୋଳ ୨୦।୬: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଛେଣ୍ଡିପଦା ଗୋଡିମରା ଜଙ୍ଗଲରେ ଏକ ମଖନା ହାତୀର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ମଖନା ହାତୀଟି ବ୍ରାହ୍ମଣବିଲ ଗ୍ରାମର କାଜୁ ବଗିଚାରେ କାଜୁ ଖାଇବା ପରେ କେଉଁଆଡେ ଚାଲି ଯାଇଥିଲା । ହାତୀ ସ୍କ୍ବାର୍ଡ ମଖନା ହାତୀକୁ ଖୋଜିଖୋଜି ସକାଳେ ଗୋଡିମରା ଜଙ୍ଗଲରେ ତାର ମୃତଦେହ ପାଇଛନ୍ତି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.