ବିଲରେ ପଡିଛି ଦନ୍ତା ହାତୀର ମୃତଦେହ, ମୁତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 23, 2021 IST

ଅନୁଗୋଳ ୨୩।୧୦: ଅନୁଗୋଳ ଜିଲ୍ଲା ପାଲଲହଡା ଯୋକପାଣି ଗାଁରେ ଦନ୍ତା ହାତୀର ମୃତ୍ୟୁ । ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ୍ ପେଚାମୁଣ୍ଡି ପଞ୍ଚାୟତର ଯୋକପାଣି ଗ୍ରାମରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି।  ତେବେ ହାତୀ ମୁତ୍ୟୁର କାରଣ ଅସ୍ପଷ୍ଟ ରହିଛି । ହାତୀର ବୟସ ପାଖାପାଖି ୧୫ ବର୍ଷ ହେବ ବୋଲି ଜଣାପଡିଛି। ହାତୀର ମୁଣ୍ଡରେ ଏକ କ୍ଷତ ଥିବାବେଳେ କେଉଁ କାରଣଙ୍କୁ ତାର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ହାତୀଟି ଏକ ଚାଷ ଜମିରେ ପଡି ରହିଛି । ଖବର ପାଇ ପାଲଲହଡା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.