Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅନୁଗୋଳରେ ଦନ୍ତା ହାତୀର ମୃତଦେହ ଠାବ, ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ସୂଚନା

25/09/2021 at 10:28 AM

ଅନୁଗୋଳ ୨୫।୯: ଅନୁଗୋଳ ନୁଖୁରିପଦା ଗ୍ରାମର ନୂଆଁବନ୍ଧ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହୋଇଥିବା ଅନୁମାନ। ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ଦେଇଛି ବନ ବିଭାଗ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ହାତୀଟିର ମୃତଦେହ ଠାବ କରିଛି ବନ ବିଭାଗ । ଦିନ ବେଳେ ହାତୀଟି ସେହି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। କିନ୍ତୁ ରାତିରେ ହାତୀଟିର ମୃତଦେହ ମିଳିଥିଲା। ଶନିବାର ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୁତ୍ୟୁର କାରଣ ଜଣା ପଡିବ ବୋଲି ବନ ବିଭାଗ କହିଛନ୍ତି ।

   Related Posts