ବିଦ୍ୟୁତ ଫାଶରେ ଲାଗି ହାତୀ ମୃତ ! ବନବିଭାଗର ଛାନ୍‌ଭିନ୍‌

Published By : Prameya-News7 Bureau | November 09, 2021 IST

ସମ୍ବଲପୁର ୦୯।୧୧: ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ଅଭିଯୋଗ । ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଯୁଯୁମୁରା ସେକ୍ସନ ଜରାଙ୍ଗ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ ହୋଇଛି । ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଖବର ଅନୁଯାୟୀ, ସଦର ରେଞ୍ଜ ଯୁଯୁମୁରା ସେକ୍ସନ ଜରାଙ୍ଗ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ପାଇଁ ତାର ବିଛାଯାଇଥିଲା । ତେବେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପ୍ରାଥମିକ ତଦନ୍ତ ପରେ ହାତୀ ମୃତ୍ୟୁ ନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.