ବିଦ୍ୟୁତ୍ ଆଘାତରେ ପୁଣି ଗଲା ଦନ୍ତା ହାତୀର ଜୀବନ
22/01/2021 at 1:05 PM

ସମ୍ବଲପୁର ୨୨।୧: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୄତ୍ୟୁ । ସମ୍ବଲପୁର ଜିଲ୍ଲା ଜୁଜୁମୁରା କଂସର ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ଦନ୍ତା ହାତୀର ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଂସର ଜଙ୍ଗଲରେ ଦନ୍ତା ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ହାତୀବାରିରୁ ଜୁଜୁମୁରା ୧୧ କେଭି ତାର ଉପରେ ଡାଳ ପଡିଯାଇଥିଲା । ଫଳରେ ବିଦ୍ୟୁତ ତାର ତଳକୁ ପଡିଯାଇଥିଲା । ଏହି ସମୟରେ ମାଈ ଦନ୍ତା ହାତୀଟି ଡାଳ ଖାଇ ଆଗକୁ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୄତ୍ୟୁ ହୋଇଥିବା ଜଣାପଡିଛି ।
ମୄତ ମାଈ ଦନ୍ତା ହାତୀଟି ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନବିଭାଗର ଡିଏଫଓଙ୍କ ସମେତ ଏକ ଟିମ୍ ପହଞ୍ଚି କେଉଁ ପରିସ୍ଥିତିରେ ହାତୀର ମୄତ୍ୟୁ ହେଲା ସେନେଇ ଅଧିକ ତଦନ୍ତ କରୁଛି । ଅପରପକ୍ଷରେ ମୄତ ମାଈ ଦନ୍ତା ହାତୀର ମୄତଦେହ ପୋଷ୍ଟମର୍ଟମ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।