ଗାଁ ନିକଟରୁ ଦନ୍ତାହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 19, 2020 IST

ରାଉରକେଲା ୧୯।୧୧: ସଙ୍କଟରେ ଗଜରାଜ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ତାମରା ରେଞ୍ଜ ସୋଲଡେଗା ଗାଁ ନିକଟରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳେ ବନବିଭାଗ ପହଞ୍ଚି ଛାନ୍‌ଭିନ୍ ଆରମ୍ବ କରିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ସୋଲଡେଗା ଗାଁ ନିକଟରେ ଏକ ଦନ୍ତା ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ବନବିଭାଗକୁ ହାତୀ ମୃତ୍ୟୁ ନେଇ ଖବର ଦିଆଯାଇଥିଲା । ଏହାପରେ ବନବିଭାଗ ପକ୍ଷରୁ  ବଣାଇ DFO, ACF, ରେଞ୍ଜର ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ସେହିପରି ଆଜି ମୃତଦେହକୁ ବ୍ୟବଚ୍ଛେଦ ପରେ ହାତୀ ତାକୁ ପୋତା ଯିବ । ତେବେ ହାତୀଙ୍କୁ କେଉଁ କାରଣରୁ ମୃତ୍ୟୁ ହୋଇଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.