ରତ୍ନନେଇ ଜଙ୍ଗଲରେ ଅସୁସ୍ଥ ମାଇ ହାତୀର ମୃତ୍ୟୁ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲେ ଡ଼ିଏଫଓ

Published By : Prameya-News7 Bureau | January 17, 2022 IST

ବ୍ରହ୍ମପୁର, ୧୭/୧: ଦିଗପହଣ୍ଡି ରେଞ୍ଜ ପାଟପୁର ସେକ୍ସନ ରତ୍ନନେଇ ଜଙ୍ଗଲରେ ଅସୁସ୍ଥ ଥିବା ମାଇ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ହାତୀଟି ଅସୁସ୍ଥ ଥିଲା। ତାର ଚିକିତ୍ସା ପାଇଁ ବନ ବିଭାଗ ପ୍ରୟାସ କରୁଥିଲା। ହାତୀଟିର ପଛ ପଟ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ବନ ବିଭାଗ ପ୍ରାଣୀ ଚିକିତ୍ସକ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଳାନ୍ ନାଏକ । ନରସିଂହଗଡ଼ ଭି ନଗର ଠାରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଷ୍ଟମୋର୍ଟମ୍ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡି ଏଫ୍ ଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.