Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମାଈ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

8/12/2021 at 4:43 PM

କେନ୍ଦୁଝର ୮।୧୨: କେନ୍ଦୁଝରରେ ଏକ ମାଈ ହାତୀ ମୃତ । କେନ୍ଦୁଝର ସଦରରେ ନେଙ୍କଡାଘର ଗାଁ ନିକଟରେ ଥିବା ଏକ ପାଉଡର ଫ୍ୟାକ୍ଟ୍ରିର ପଛ ପଟେ ଏକ ମାଈ ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ମୃତ୍ୟୁର କାରଣ ଖୋଜୁଛନ୍ତି । 

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସକାଳୁ ନେଙ୍କଡାଘର ଓ ଜାମୁନାଳିଆର ଗାଁର କିଛି ଲୋକେ ଜଙ୍ଗଲକୁ ଯାଇଥିବା ସମୟରେ ଏକ ମାଈ ହାତୀର ମୃତଦେହ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହାତୀଟିର ମୃତଦେହ ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟ ପାଖରେ ପଡିଥିବାରୁ ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଏପରିକି ସକାଳୁ ସକାଳୁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଆସି ତାର ସଜାଡି ସେ ସ୍ଥାନ ଛାଡି ପଳାଇଥିବା ଗାଁ ଲୋକେ କହିଛନ୍ତି । ଖୋଦ କେନ୍ଦୁଝର ଡିଏଫଓଙ୍କ ସହ ବନ ବିଭାଗର କର୍ମଚାରୀ, ବନ୍ୟପ୍ରାଣୀ ଚିକିତ୍ସକମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ବିଦ୍ୟୁତ ଖୁଣ୍ଟରେ ଥିବା ଭଙ୍ଗା ଇନସୁଲେଟର ଯୋଗୁଁ ଖୁଣ୍ଟରେ ବିଦ୍ୟୁତ ପ୍ରବାହ ହେତୁ ହାତୀ ଖୁଣ୍ଟରେ ଲାଗି ମରିଥିବା ଜଣାପଡିଛି । ଆହୁରି ମଧ୍ୟ ଖୁଣ୍ଟରେ କଣ୍ଟା ଲଗା ତାର ଗୁଡା ହେବା କଥା, ତାହା ହୋଇନଥିବା ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫଓ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ୧୫ ଦିନ ହେବ ଏହି ଅଞ୍ଚଳରେ ଏକ ୧୮ଟିକିଆ ବଣୁଆ ହାତୀ ପଲ ଡେରା ପକାଇ ନେଙ୍କଡାଘର, ନରଣପୁର, ଜାମୁନାଳିଆ, ରଘୁନାଥପୁର ଆଦି ଅଞ୍ଚଳରେ ଲୋକଙ୍କ ଫସଲ ଖାଉଛନ୍ତି । ଏହି ୧୮ ଟିକିଆ ଦଳରେ ୧୦ଟି ମାଈ, ୪ଟି ଦନ୍ତା ଓ ୪ଟି ଛୁଆ ରହିଛନ୍ତି । 

   Related Posts