ସଙ୍କଟରେ ଗଜରାଜ, ଶିକାରୀ ଗୁଳିରେ ଦନ୍ତା ହାତୀର ମୃତ୍ୟୁ, ନେଇପାରିଲେନି ଦାନ୍ତ

Published By : Prameya-News7 Bureau | June 17, 2020 IST

ବୌଦ୍ଧ ୧୭।୦୬: ଶିକାରୀ ଗୁଳିରେ ଦନ୍ତାହାତୀର ମୃତ ହୋଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ। ମୃତ ଦନ୍ତାର ବୟସ ପ୍ରାୟ ୩ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

{"id":287540,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜଙ୍ଗଲରେ ଦନ୍ତାହାତୀକୁ ଶିକାର କରାଯାଇଛି । ହାତୀ ଦୁଇ ଦାନ୍ତ ପ୍ରାୟ ୪ଫୁଟ ଲମ୍ବ ରହିଛି । ହାତୀ ଦେହର ବିଭିନ୍ନ ସ୍ଥାନରେ ଗୁଳି ବାଜି ଥିବା ଦେଖିବାକୁ ମିଳିଛି। ତେବେ ଅଞ୍ଚଳର କିଛି ମହିଳା ଛତୁ ସଂଗ୍ରହ ପାଇଁ ମୁଣ୍ଡେଶ୍ୱର ଜଙ୍ଗଲକୁ ଯାଇଥିଲେ। ସେଠାରେ ଥିବା ମାଟୁ ନାଳରେ ଦନ୍ତାର ମୃତଦେହ ଦେଖିବାକୁ ପାଇଥିଲେ। ମାଧପୁର ରେଞ୍ଜର ବନ କର୍ମଚାରୀ ଖବର ପାଇ ଘଟଣାସ୍ଥଳରୁ ହାତୀର ମୃତଦେହ ଜବତ କରିଛନ୍ତି । ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି।

ଗତକିଛି ଦିନ ତଳେ ବଡବିଲ ଜଙ୍ଗଲରେ ମଧ୍ୟ ଦୁଇଟି ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ, ଯୋଡ଼ା ନିକଟ ଗୁରୁବେଡ଼ା ରାସ୍ତା ପାଖ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଦୁଇଟି ହାତୀର ମୃତଦେହ ପଡି ରହିଥିଲା । ଏହି ହାତୀ ମଧ୍ୟରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀର ମୃତଦେହ ବୋଲି ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.