ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

Published By : Prameya-News7 Bureau | September 11, 2021 IST

ପାଲଲହଡା ୧୧।୯: ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ୍ ଖମାର ରେଞ୍ଜ ଅଧୀନସ୍ଥ ବଡବାଲିପଶି ଗ୍ରାମ ନିକଟରେ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ କରିଛି ବନ ବିଭାଗ । ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛନ୍ତି । ବନ୍ୟଜନ୍ତୁ ଶିକାର ନିମନ୍ତେ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଦନ୍ତା ହାତୀଟି ୫ ଦିନ ତଳୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଖମାର ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ହାତୀଟିର ଦାନ୍ତ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.