Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ସଙ୍କଟରେ ଗଜରାଜ : ଗାଁ ବିଲରେ ପଡିଛି ହାତୀର ମୃତଦେହ, କାରଣ ଅସ୍ପଷ୍ଟ

24/05/2020 at 3:31 PM

ବଡ଼ବିଲ ୨୪।୦୫ : ପୁଣି ଏକ ହାତୀର ମୃତ୍ୟୁ । ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ଚମକପୁର ଗାଁରେ ଏକ ହାତୀର ମୃତ୍ୟୁ ଘଟିଛି । ମୃତ ହାତୀର ବୟସ ପାଖାପାଖି ୬ରୁ ୭ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତେବେ କେଉ କାରଣରୁ ହାତୀର ଏଭଳି ମୃତ୍ୟୁ ଘଟିଛି ତାହା ଜଣାପଡ଼ିନାହିଁ ।  କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀଙ୍କ ସମେତ ଚମ୍ପୁଆ ରେଞ୍ଜ ଓ ଅନ୍ୟ ବନକର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ଏକ ୧୯ଟିକିଆ ହାତୀପଲ ବାଲିବନ୍ଧ ସେକ୍ସନର ବିଭିନ୍ନ ଅଂଚଳରେ ଘୁରି ବୁଲୁଥିଲେ। ଗତକାଲି ସଂଧ୍ୟାରେ ଏହି ହାତୀପଲ ଚମକପୁର ଗାଁ ମୁଣ୍ଡ ଜଙ୍ଗଲ ପାଖରେ ରହିଥିଲେ । ତେବେ ଆଜି ସକାଳୁ କିଛି ଗ୍ରାମବାସୀ।

 ବିଲ ଭିତରେ ଗୋଟିଏ ହାତୀ ମରି ପଡିଥିବାର ଦେଖି ଗାଁରେ ଥିବା ହାତୀ ସୁରକ୍ଷା ଦଳର ସଦସ୍ୟଙ୍କୁ ଜଣାଇଥିଲେ। ଏନେଇ ବନ ବିଭାଗକୁ ସୂଚନା ଦିଆଯିବା ପରେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ କେଉଁ ପରିସ୍ଥିତିରେ ହାତୀର ଏଭଳି ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ, ପ୍ରାଣୀ ଚିକିତ୍ସକ ବ୍ୟବଚ୍ଛେଦ କଲା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ବି ବୋଲି କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀ କହିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ସେହିଠାରେ ହିଁ ଗାତ ଖୋଳି ପୋତି ଦିଆଯିବ ବୋଲି ଜଣାପଡ଼ିଛି ।

   Related Posts