Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମୁଣ୍ଡଳୀ ହାତୀ ମୃତ୍ୟୁ ଘଟଣାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ମାନସିକ ଆଘାତରୁ ହୋଇଛି ମୃତ୍ୟୁ

7/10/2021 at 3:50 PM

ଭୁବନେଶ୍ବର ୭।୧୦: ମହାନଦୀ ମୁଣ୍ଡୁଳି ବ୍ୟାରେଜରେ ମୃତ ହାତୀର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ଦୀର୍ଘ ସମୟ ପାଣିରେ ଥିବା ଯୋଗୁଁ ମାନସିକ ଆଘାତ ଲାଗିଥିଲା । ସେଥିଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ବ୍ୟବଚ୍ଛେଦର ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସାଲେପୁର ପଶୁ ସମ୍ପଦ ଅଧିକାରୀ ବନ ବିଭାଗକୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ କଟକ ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଫସିଯାଇଥିବା ଦନ୍ତା ହାତୀ । ଦୁଇ ଦିନ ପରେ ଅର୍ଥାତ ୨୬ ତାରିଖରେ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମହାନଦୀର ପ୍ରଖର ବନ୍ୟାଜଳରେ ଫସି ନିଖୋଜ ହୋଇଥିବା ହାତୀର ମୃତ୍ୟୁ ହୋଇଥିଲା ।  ୨୬ ତାରିଖ ସକାଳୁ ଯୋବ୍ରା ବ୍ୟାରେଜରେ ମୃତ ହାତୀଟି ଲାଗିବା ପରେ ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।  ପରେ ବନ ବିଭାଗ ଓ ଜଳସଂପଦ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ଗେଟ୍ ଖୋଲି ହାତୀଟିକୁ ଉଦ୍ଧାର କରିଥିଲେ। ହାତୀଟିକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଦୁଇ ଜଣଙ୍କର ଜୀବନ ମଧ୍ୟ ଯାଇଥିଲା ।

   Related Posts