କେନ୍ଦୁଝର ଜିଲ୍ଲା ତେଲକୋଇରେ ହାତୀ ଆତଙ୍କ: କରଦାଙ୍ଗି ଗାଁରେ ପଶି ୨ଟି ଘର ଭାଙ୍ଗିଦେଲେ ୧୫ଟି ହାତୀପଲ

Published By : Prameya-News7 Bureau | July 22, 2019 IST

କେନ୍ଦୁଝର ୨୨/୭: କେନ୍ଦୁଝର ଜିଲ୍ଲା ତେଲକୋଇରେ ହାତୀ ଆତଙ୍କ । ବନାଞ୍ଚଳ କରଦାଙ୍ଗି ଗାଁ ଘୋଡାବେଡା ସାହିରେ ଉପଦ୍ରବ ଚଳାଇଛନ୍ତି ହାତୀପଲ । ୧୫ ଟିକିଆ  ହାତୀ ପଲ ସାହିରେ ଆତଙ୍କ ଖେଳାଇଛନ୍ତି । ହାତୀପଲରେ ୫ଟି ଛୁଆ ହାତୀ ମଧ୍ୟ ଅଛନ୍ତି ।

{"id":136152}

ବିଳମ୍ବିତ ରାତିରେ ସାହିର ଦୁଇଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛନ୍ତି ହାତୀପଲ । କିଛି ଦିନ ହେଲା ହାତୀ ଆତଙ୍କ ଖେଳାଇଥିବା ବେଳେ ଲୋକେ ସନ୍ଧ୍ୟା ହେଲେ ଭୟରେ ଆଉ ଘରୁ ବାହାରକୁ ବାହାରିପାରୁ ନାହାଁନ୍ତି । ପ୍ରଫୁଲ୍ଲ ମହାନ୍ତ ଓ ଲକ୍ଷ୍ମୀ ନାୟକ ଘର ଭାଙ୍ଗି ଘରେ ପଶି ଧାନ ଚାଉଳ ଖାଇ ଦେଇଛନ୍ତି । ହାତୀ ଘର ଭାଙ୍ଗିବା ଦେଖି ଲୋକେ ଘର ଛାଡି ଦୌଡି ପଳାଇ ଯାଇଥିଲେ । ଗାଁରୁ ହାତୀକୁ ତଡିବାକୁ ଦାବି କରିଛନ୍ତି ଗାଁ ଲୋକେ ।

{"id":136153}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.