ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ରେଞ୍ଜରେ ହାତୀ ଆତଙ୍କ : ଦନ୍ତା ହାତୀର ଆକ୍ରମଣରେ ୩ଜଣ ଆହତ, ଆହତଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର
1/12/2018 at 5:15 PM

ଟାଙ୍ଗୀ ୧|୧୨: ଖୋର୍ଦ୍ଦା ଜିଲ୍ଲା ଟାଙ୍ଗି ରେଞ୍ଜରେ ହାତୀ ଆତଙ୍କ। ଭୁଷଣ୍ଡପୁର ଷ୍ଟେସନ ନିକଟରେ ୨୪ଟି ବଣୁଆ ହାତୀ ପଲ ଚଳାଇଛନ୍ତି ଆତଙ୍କରାଜ୍ । ହାତୀ ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଟାଙ୍ଗୀ ଓ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି। ଶନିବାର ରାତିରେ ସ୍ଥାନୀୟ ଜଙ୍ଗଲରୁ ପଶି ଆସିଥିବା ହାତୀପଲ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ରହିଯାଇଥିଲା। ଆଜି ସକାଳେ ହାତୀଟି ଜନବସିତି ମୁହାଁ ହୋଇ ତିନି ଜଣଙ୍କୁ ଆକ୍ରମଣ କରିଛି। ଗାଡି ମୋଟର ଭାଙ୍ଗିଛି। ପାଚେରି ଭାଙ୍ଗିଛି। ଭୁଷଣ୍ଡପୁର ରେଳ ଷ୍ଟେସନରେ ଘୁରିବୁଲି ବ୍ୟାପକ କ୍ଷୟକ୍ଷତି କରିଛି।
ହାତୀ ଆକ୍ରମଣ ଯୋଗୁ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରେଞ୍ଜର। ସ୍ଥାନୀୟ ଜଙ୍ଗଲରେ ଏବେ ବି ଘୁରିବୁଲୁଛନ୍ତି ହାତୀ ପଲ।ହାତୀମାନଙ୍କର ଫଟୋ ନ ଉଠାଇବାପାଇଁ ,ସେମାନଙ୍କୁ ବିରକ୍ତି ନକରିବାପାଇଁ ପରାମର୍ଶ ଦେଇଛନ୍ତି ରେଞ୍ଜର। ହାତୀକୁ ଦେଖିବାମାତ୍ରେ ବନ ବିଭାଗକୁ ଖବର ଦେବାକୁ କହିଛନ୍ତି ।