ବଡଗାଁ ଫରେଷ୍ଟ ରେଞ୍ଜରେ ହାତୀ ଆତଙ୍କ, ଲୋକେ ଭୟଭୀତ

Published By : Prameya-News7 Bureau | September 29, 2019 IST

ସୁନ୍ଦରଗଡ ୨୯।୯: ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଞ୍ଜ ପଞ୍ଚରା ଓ ଗଙ୍ଗାଜଲ ଗାଁ ଭିତରକୁ ପଶିଲେ ହାତୀ ପଲ । ହାତୀ ପଲରେ ୧୬ଟି ହାତୀ ଥିବା ଜଣାପଡିଛି । ସକାଳୁ ଗାଁ ନିକଟରେ ହାତୀ ବୁଲୁଥିବା ଗାଁ ଲୋକ ଦେଖିଥିବା କହିଛନ୍ତି ।

{"id":164073}

ସେପଟେ ହାତୀ ଭୟରେ ଦିନ କାଟୁଛନ୍ତି ଲୋକେ । ସଂଧ୍ୟା ହେଲେ ହାତୀ ଭୟରେ କେହି ବାହାରକୁ ବାହାରୁ ନାହାନ୍ତି । ସ୍ଥାନୀୟ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ହାତୀ ପଲଙ୍କୁ ଘଉଡାଇବା ଉଦ୍ୟମ କରୁଛନ୍ତି । ବନବିଭାଗର ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଲୋକଙ୍କୁ ସଚେତନ କରାଯିବା ସହ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.