ପଦ୍ମପୁର ଉପଖଣ୍ଡରେ ହାତୀ ଆତଙ୍କ, ଘରଦ୍ବାର ଭାଙ୍ଗିବା ସହ ନେଲେଣି ଦୁଇ ଜୀବନ

Published By : Prameya-News7 Bureau | December 09, 2019 IST

ପଦ୍ମପୁର ୯।୧: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ହାତୀ ଆତଙ୍କ । ଗାଇସିଲେଟ, ମେଳଛାମୁଣ୍ଡ, ଦୀପ୍ତିପୁର ବନାଞ୍ଚଳରେ ୨ଟି ଦନ୍ତା ହାତୀ ଉପଦ୍ରବ କରୁଛନ୍ତି । ହାତୀପଲରୁ ଅଲଗା ହୋଇପଡିଥିବା ଏହି ୨ହାତୀ ରାତିଦିନ ପ୍ରାୟ ୩୦କିଲୋମିଟର ଏରିଆରେ ଘୁରି ବୁଲୁଛନ୍ତି । ଘରଦ୍ବାର, ସ୍କୁଲ ପାଚେରୀ ଭାଙ୍ଗିବା ସହ ବହୁ କ୍ଷୟକ୍ଷତି କରିଛନ୍ତି ଦନ୍ତା ।

{"id":195613,"sizeSlug":"large"}

ବନବିଭାଗ କର୍ମଚାରୀ ବହୁ ଚେଷ୍ଟା କଲେ ମଧ୍ୟ ହାତୀଙ୍କୁ ଘଉଡ଼ାଇ ପାରୁନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ୨ ଦନ୍ତା କିଛିଦିନ ପୂର୍ବରୁ ଦୁଇ ଜଣଙ୍କର ଜୀବନ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.