କରଞ୍ଜିଆରେ ୨୨ ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଆତଙ୍କ, ଲୋକେ ଭୟଭୀତ
27/12/2019 at 10:16 AM

କରଞ୍ଜିଆ ୨୭।୧୨: କରଞ୍ଜିଆରେ ୨୨ ଟିକିଆ ଝାଡଖଣ୍ଡି ହାତୀପଲଙ୍କ ଉତ୍ପାତ । କରଞ୍ଜିଆ ଉପଖଣ୍ଡ ଶୁକୃଳୀ ବ୍ଲକ ମହିଳାଶୁଳୀ ଗାଁରେ ଉପଦ୍ରବ କରିଛନ୍ତି ହାତୀପଲ । ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଫସଲ ଖାଇଗଲେ ।

ଗତ କାଲି ରାତିରେ କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜରୁ ଆସି ଏବେ ମହିଳାଶୁଳୀ ଜଙ୍ଗଲରେ ହାତୀପଲ ଡେରା ପକାଇଛନ୍ତି । ହାତୀକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେବେ ହାତୀ ପଲଙ୍କୁ ଘଉଡାଇବା ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀମାନେ ପହଞ୍ଚି ନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Related Posts
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021