ବାରିପଦାରେ ହାତୀ ଆତଙ୍କ ; ଗାଁରେ ପଶି ଘର ଭାଙ୍ଗିଛନ୍ତି ୭ରୁ ଅଧିକ ହାତୀ

Published By : Prameya-News7 Bureau | December 02, 2018 IST

ବାରିପଦା ୨/୧୨ : ମୟୁରଭଞ୍ଜ ରାସଗୋବିନ୍ଦପୁର ବଡାମପୁର ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି | ଗାଁରେ ପଶି ଘର ଭାଙ୍ଗିଛନ୍ତି ୭ରୁ ଅଧିକ ହାତୀ | ଗାଁରେ ହାତୀ ପଶିଥିବା ନେଇ ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ | ବନ ବିଭାଗ କର୍ମଚାରୀ ଆସି ଗାଁରେ ପହଂଚିଥିଲେ | କିନ୍ତୁ ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିଲା | ପ୍ରତିବାଦରେ ଗ୍ରାମବାସୀ ଫରେଷ୍ଟ ଅଫିସ ଘେରାଓ କରିଛନ୍ତି | ଗତ ୧୫ ଦିନ ହେଲା ମୋରଡା ଅଞ୍ଚଳରେ ବୁଲୁଛନ୍ତି ୩୦ରୁ ଅଧିକ ଝାଡଖଣ୍ଡୀ ହାତୀପଲ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.