Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଗାଁରେ ଘୂରିବୁଲୁଛି ଦନ୍ତା, ଭୟରେ ମଞ୍ଚା ଉପରେ ରହୁଛନ୍ତି ଲୋକେ

28/08/2019 at 12:35 PM

ବାଂଶପାଳ ୨୮୮:  ହାତୀ ଭୟରେ ମଞ୍ଚାରେ ଲୋକେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବିଜେପି ରେଞ୍ଜ ସୁଣ୍ଡରା ଗାଁରେ ମାସ ମାସ ଧରି ହାତୀ ଆତଙ୍କ ଲାଗିରହିଛି । ଦିନ ହେଉ କି ରାତି ସବୁବେଳେ ଲାଗି ରହୁଛି ହାତୀ ଭୟ । ହାତୀପଲ କେତେ ବେଳେ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେ ଘରଦ୍ବାର ଭାଙ୍ଗିବା ସହ ଧନ ଜୀବନ ହାନୀ କଲେଣି । ୨୨ ଟିକିଆ ହାତୀ ପଲ ଗାଁରେ ଡେରା ପକାଇଛନ୍ତି ।

ସେହିପରି ଆଉ ଏକ ଦନ୍ତା ବି ଗାଁରେ ଘୁରି ବୁଲୁଛି । ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଗାଁ ମୁହାଁ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇପଡିଛନ୍ତି । ଫସଲ ଓ ଧନଜୀବନ ରକ୍ଷା କରିବାକୁ ଲୋକେ ମଞ୍ଚା ତିଆରି କରି ରହୁଛନ୍ତି । ହାତୀ ପାଇଁ ଏ ଅଞ୍ଚଳର ଲୋକେ ଅଭିଶପ୍ତ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି ।

ସଂଧ୍ୟା ୫ ଟାରୁ ଘରେ ରୋଷେଇ ସାରି ମଞ୍ଚା ଉପରକୁ ପଳାଇ ଯାଉଛନ୍ତି । ପୁଣି ସକାଳ ହେଲେ ଯାଇ ଘରକୁ ଫେରୁଛନ୍ତି । ଦୀର୍ଘ ୨ ମାସ ହେବ ଏପରି ଅଭିନବ ଉପାୟରେ ହାତୀ କବଳରୁ ରକ୍ଷା ପାଇବା ପାଇଁ ଜୀବନକୁ ବାଜି ଲଗାଇ ଛୁଆ ପିଲା ଧରି ମଞ୍ଚାରେ ଜୀବନ କାଟୁଛନ୍ତି ଗ୍ରାମବାସୀ । ସ୍ଥିତି ସଙ୍ଗୀନ ହୋଇପଡିଥିଲେ ସୁଧା ବନ ବିଭାଗ ହାତୀପଲକୁ ଘଉଡାଇବାକୁ  ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉନାହିଁ କି ନିଜେ କିଛି ପଦକ୍ଷେପ ନେଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

   Related Posts