ଅନୁଗୋଳ ୧୧।୧୨: ଅନୁଗୋଳ କଣିହାଁ ବନାଞ୍ଚଳ ବଜ୍ରକୋଟ ଅଞ୍ଚଳରେ ହାତୀ ଉପଦ୍ରବ। ବ୍ୟାପକ ଧାନ ଆଉ ପନିପରିବା ଚାଷ ନଷ୍ଟ କରିଛନ୍ତି ହାତୀ ପଲ । ୧୬ଟି ହାତୀ ଏହି ଅଞ୍ଚଳରେ ୩ଦିନ ହେବ ବୁଲୁଛନ୍ତି। ଆଜି ଏମାନେ ରାସ୍ତାପାର ହେଉଥିବାରୁ କିଛି ସମୟ ପାଇଁ ଲୋକମାନେ ସେହି ରାସ୍ତା ଦେଇ ଯାତାୟତ କରିପାରି ନଥିଲେ।
{"id":196331,"sizeSlug":"large"}ହାତୀମାନଙ୍କୁ ଘଉଡାଇବା ପାଇଁ ଲୋକମାନେ ଦାବି କରିବା ସହ କ୍ଷୟକ୍ଷତି ଦାବି କରୁଛନ୍ତି। ସେପଟେ ବନ ବିଭାଗ ହାତୀମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି।