ବାଂଶପାଳରେ ହାତୀ ଆତଙ୍କ, ଧାନ ତଳି ନଷ୍ଟ କରିବା ସହ ଭାଙ୍ଗିଲେ ଘର

Published By : Prameya-News7 Bureau | July 30, 2019 IST

ବାଂଶପାଳ ୩୦|୭: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବିଜେପି ରେଞ୍ଜ୍ କୁଶକଳାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ଗ୍ରାମରେ ପଶି ବାବୁଲା ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ମହି ମହାନ୍ତ ଏବଂ ଗୁରୁ ମହାନ୍ତଙ୍କ  ଜମିରେ ପଶି ଧାନ ତଳି ଦଳି ଚକଟି ନଷ୍ଟ କରିଦେଇଛନ୍ତି ।

{"id":138850}

ଦିନବେଳେ ହାତୀ ପଲ ଚା ବାଗାନ୍ ଜଗଂଲରେ ରହି ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ପଲଙ୍କୁ ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.