Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡଖଣ୍ଡ ହାତୀଙ୍କ ଉପଦ୍ରବ

16/11/2018 at 10:48 PM

ବାଲେଶ୍ବର ୧୬/୧୧: ହାତୀ ସହ ଗମାତ । ଜଙ୍ଗଲୀ ହାତୀ ସହ ଗମାତ କରିଛନ୍ତି ସ୍ଥାନୀୟ ଯୁବକ । କିଏ କ୍ୟାମେରା ଧରି ତ ଆଉ କିଏ ହାତରେ ମୋବାଇଲ ଧରି ଫଟୋ ଉଠାଇଥିଲେ । ଆଉ କିଛି ପିଲା ତ ହାତୀ ସହ ସେଲ୍‌ଫି ନେବାକୁ ପୂରା ନିକଟକୁ ଚାଲିଯାଇଥିଲେ । ଏମାନଙ୍କୁ ଦେଖିବା ପରେ ଗୋଟିଏ ହାତୀ ଗୋଡ଼ାଇ ଆସିଥିଲା । ଆଉ ପିଲାମାନେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ ।

ଏହି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ । ୫୬ଟି ଝାଡଖଣ୍ଡି ହାତୀ ତିନି ଦିନ ହେଲା ନୀଳଗିରି ଅଞ୍ଚଳକୁ ଚାଲିଆସିଛନ୍ତି । ହାତୀପଲ ହାତୀମୁଣ୍ଡା ଗାଁ ପାଖ ଜଙ୍ଗଲରେ ଥିବା ବେଳେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା । ଲୋକଙ୍କ ଭିଡ଼ ଦେଖି ହାତୀପଲ ରାଗିପାଚି ଲାଲ୍ । ସବୁରାଗ ସୁଝାଇଥିଲେ ଧାନ ବିଲ୍ ଆଉ ସ୍ଥାନୀୟ ଘର ଉପରେ। ଗତ ରାତିରେ ହାତୀପଲ ତିନିକୋଶିଆ ଜଙ୍ଗଲକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ହାତୀମୁଣ୍ଡା, ତେରଲଡିହି ନିକଟରେ ସୋଲାର ଫେନସିଂ କଢାଯିବାକୁ ନେଇ ଗ୍ରାମବାସୀ ଆଉ ବନବିଭାଗ ମୁହାଁମୁହିଁ ହୋଇଥିଲେ । ଗାଁଲୋକେ ସୋଲାର ଫେନସି ତାର କାଟିଦେବାରୁ ହାତୀପଲ କୁଲଡିହା, ତିନିକୋଶିଆ ଜଙ୍ଗଲ ଆଡକୁ ଚାଲିଯାଇଛନ୍ତି ।

ସ୍ଥାନୀୟ ଡିଏଫଓ, ଏସିଇଏଫଓ, ରେଞ୍ଜରଙ୍କ ସମେତ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଡେରା ପକାଇଛନ୍ତି । ହାତୀମାନଙ୍କର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଛି । ସେମାନଙ୍କୁ ଘଉଡାଇବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଡିଏଫଓ।

   Related Posts