ହାତୀଙ୍କ ଆତଙ୍କରାଜ- ଉତ୍କଟ ରୂପ ନେଲାଣି ହାତୀ ମଣିଷ ଲଢେଇ
29/09/2019 at 7:02 PM

ରାଉରକେଲା/ଅନୁଗୁଳ/କେନ୍ଦୁଝର ୨୯।୦୯ -ହାତୀ ଘଉଡ଼ାଇବାକୁ ଯାଇ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ପଞ୍ଚରା ଓ ଗଙ୍ଗାଜଲ ଗାଁରେ ହାତୀ ପଲ ଉତ୍ପାତ ଚଳାଇଛନ୍ତି । ଅନୁରୂପ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ସେପଟେ କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ଉପର ସୁମୁଠା ଗାଁ ନିକଟରେ ଜଙ୍ଗଲରେ ଗତକାଲି ଠାରୁ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ପରେ ତାର ଚିକିତ୍ସା ଚାଲିଛି ….
ଟେକା ପକାଉଥିଲେ ଟେକିନେଲା । ଗାଁ ମୁହାଁ ଝାଡଖଣ୍ଡ ହାତୀ ପଲ । ସୁନ୍ଦରଗଡ ଜିଲ୍ଲା ବଡଗାଁ ଫରେଷ୍ଟ ରେଞ୍ଜ ପଞ୍ଚରା ଓ ଗଙ୍ଗାଜଲ ଗାଁରେ ହାତୀ ପଲ ଉତ୍ପାତ ଚଳାଇଛନ୍ତି। ଲୋକେ ସେମାନଙ୍କୁ ଟେକା ପଥର ଫୋପାଡୁଥିବା ବେଳେ ଟେଙ୍ଗରା ବାହାଲ ଗାଁର ଅଶୋକ ପ୍ରଧାନ ଙ୍କୁ ଟାଣିନେଇଥିଲା ହାତୀ । ଦୀର୍ଘ ସମୟ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଗାଁରେ ଏବେ ଆତଙ୍କର ପରିବେଶ । ଏହି ହାତୀ ପଲରେ ୧୬ଟି ହାତୀ ଅଛନ୍ତି ।
ସେହିପରି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ରେଞ୍ଜରେ ଏକ ବଣୁଆ ହାତୀ ଆକ୍ରମଣରେ ପାଣ୍ଡବ ସାହୁ ନାମକ ଚାଷୀ ଗୁରୁତର ଆହତ ହୋଇଛନ୍ତି । ହାତୀ ଆକ୍ରମଣରେ ତାଙ୍କ ବାମ ଗୋଡ ଭାଙ୍ଗି ଯାଇଛି । ଗୁରୁତର ପାଣ୍ଡବଙ୍କୁ ଏବେ ଅନୁଗୋଳ ମେଡିକାଲରେ ଚିକିତ୍ସା ଚାଲିଛି
ସେପଟେ କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ଉପର ସୁମୁଠା ଗାଁରେ ନିକଟ ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀର ଚିକିତ୍ସା ଚାଲିଛି । ଶିମିଳିପାଳରୁ ଆସିଥିବା ବିଶେଷଜ୍ଞ ଟିମ୍ ହାତୀର ଚିକିତ୍ସା କରୁଛନ୍ତି । ହାତୀଟିର ବୟସ ପ୍ରାୟ ୨୦ରୁ ୨୫ ବର୍ଷ ହେବ । ତେବେ ହାତୀଟି ହରପିସ ଭାଇରସ କିମ୍ବା ଆନ୍ଥାକ୍ସରେ ଆକ୍ରାନ୍ତ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି
ଏବେ ଗାଁ ମୁହାଁ ଗାତୀ ପଲ । ଆଉ ହାତୀ ମଣିଷ ଲଢ଼େଇ ଓଡ଼ିଶାରେ ଉତ୍କଟ ରୂପ ନେଲାଣି।