ନନ୍ଦନକାନନ ହାତୀ ମାହୁନ୍ତଙ୍କ ମୃତ୍ୟୁ ; କ୍ଷତିପୂରଣ ଦାବିରେ ପରିବାରଲୋକଙ୍କ ଧାରଣା
2/02/2019 at 4:08 PM

ବାରଙ୍ଗ ୨|୨: ନନ୍ଦନକାନନରେ କାର୍ଯ୍ୟରତ ସମୟରେ ହାତୀ ମାହୁନ୍ତ ସୁକାନ୍ତ କୁମାର ଦାସଙ୍କ ମୃତ୍ୟୁ ହୋଇଛି । ମୃତ ସୁକାନ୍ତ ଗତ କିଛିମାସ ହେଲା ଅସୁସସ୍ଥ ଥିଲ । ତେଣୁ ତାଙ୍କୁ ହାତୀ ନିକଟକୁ ଛଡା ଯାଉନଥିଲା । ନନ୍ଦନକାନନ ପଛପଟ ଗେଟ୍ ଜଗୁଆଳୀ ଭାବେ କାମ କରୁଥିଲେ। ଆଜି ସକାଳ ୯ଟା ବେଳେ ସେ ନନ୍ଦନକାନନ ମୁଖ୍ୟ ଫାଟକରେ ନିଜ ଦସ୍ତଖତ କରି ପ୍ରବେଶ କରିଥିଲେ।ହଠାତ୍ ତାଙ୍କର ନିଶ୍ବାସ ବନ୍ଦ ହୋଇଯିବା ଦେଖି ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ ଘଟିଥିଲା।

ମୃତଶରୀରକୁ କର୍ମଚାରୀ ଏବଂ ପରିବାରଲୋକେ ନନ୍ଦନକାନନ ଗେଟ୍ ସମ୍ମୁଖରେ ରଖି ଧାରଣାରେ ବସିଥିଲେ। ଉପ ନିର୍ଦ୍ଦେଶକ ଜୟନ୍ତ ଦାସ ମୃତକଙ୍କ ପରିବାର ମଧ୍ୟରୁ ଜଣଙ୍କୁ ନନ୍ଦନାକନନରେ ଚାକିରୀ ଦେବା ସହ ୫ହଜାର ଟଙ୍କା ପ୍ରଦାନ କରିବାରୁ ଧାରଣାରୁ ଉଠିଥିଲେ ପରିବାରଲୋକ ।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021