ବାଘୁଣୀ ସୁନ୍ଦରୀକୁ ଜଗିବେ ମହେନ୍ଦ୍ର ଓ ରାଜକୁମାର

Published By : Prameya-News7 Bureau | January 28, 2019 IST

ଅନୁଗୋଳ ୨୮|୧:  ସୁନ୍ଦରୀକୁ ଜଗିବେ ମହେନ୍ଦ୍ର ଓ ରାଜକୁମାର । କଡା ସୁରକ୍ଷା ବଳୟ ଭିତରେ ଦୁଇଟି ଟ୍ରକରେ ଦୁଇ ହାତୀଙ୍କୁ ସାତକୋଶିଆ ନିଆଯାଉଛି । ଗତକାଲି ରାତି ସାଢେ ୧୦ଟାରେ ଅନୁଗୋଳରେ ପହଞ୍ଚିଥିଲେ ଶିମିଳିପାଳରୁ ଆସିଥିବା ହାତୀ ମହେନ୍ଦ୍ର ଏବଂ ରାଜକୁମାର । ୨୭ ଜଣିଆ ଟିମ୍ ସହ ସତର୍କତା ଏବଂ ସୁରକ୍ଷା ସହ ଏହି ୨ ହାତୀଙ୍କୁ ନିଆଯାଉଛି । ତେବେ ପାଗ ମେଘୁଆ ସହ ସାମାନ୍ୟ ବର୍ଷା ସତ୍ବେ ହାତୀଙ୍କୁ ଟିକରପଡା ରେଞ୍ଜ୍ ଅଫିସରେ ରଖାଯାଇଛି ।

{"id":78902}

ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାରେ ସ୍ବତନ୍ତ୍ର ଏନକ୍ଲୋଜରେ ରହିଥିବା ବାଘୁଣୀ ସୁନ୍ଦରୀକୁ ଜଗିବା ପାଇଁ ଶିମିଳିପାଳ ଅଭୟାରଣ୍ୟରୁ ଏହି ୨ ପୋଷା ହାତୀଙ୍କୁ  ନିୟୋଜିତ କରାଯିବ । ବାଘୁଣୀ ସୁନ୍ଦରୀ ହାତିବାରି ଏବଂ ଟାଇସିରେ ମଣିଷ ମାରି ଖାଇବାପରେ ସାତକୋଶିଆରେ ଲଙ୍କାକାଣ୍ଡ ହୋଇଥିଲା । ପରେ ବହୁ କଷ୍ଟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ନଭେମ୍ବର ୬ ତାରିଖରୁ ଇଂକ୍ଲୋଜରରେ ରଖାଯାଇଛି । ପୁଣିଥରେ ବାଘୁଣୀକୁ ଏନକ୍ଲୋଜରରୁ ମୁକ୍ତି ପାଇଁ ଯୋଜନା କରୁଛି ବନ ବିଭାଗ । ସେଥିପାଇଁ  ତାକୁ ଜଗିବା ପାଇଁ ହାତୀ ଦୁଇଟିକୁ ଅଣାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.