ମ୍ୟୁଜିକ୍ ଦିୱାନା ଅନ୍ଧ ହାତୀ, ପିଆନୋ ମ୍ୟୁଜିକର ତାଳେତାଳେ ଝୁମୁଛି ହାତୀ: ଭିଡିଓ ଭାଇରାଲ୍

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୦୭/୦୬ : କେରଳରେ ଗର୍ଭବତୀ ହାତୀକୁ ହତ୍ୟା ପରେ ଲୋକେ ସୋସିଆଲ ମିଡ଼ିଆରେ ହାତୀର ଅନେକ ସୁନ୍ଦର ସୁନ୍ଦର ଭିଡିଓ ସେୟାର କରୁଛନ୍ତି | କେତେବେଳେ ହାତୀ ମହନ୍ତ ସହ କଥା ହେବା ଭିଡିଓ ଭାଇରାଲ ହେଉଛି ତ କେତେବେଳେ ହାତୀ ମାଙ୍କଡ ସହ ଖେଳୁଥିବାର ଭିଡିଓ ଭାଇରାଲ ହୋଇଛି | ବର୍ତ୍ତମାନ ହାତୀ ଗୀତ ଶୁଣୁଥିବାର ଏକ ଭିଡିଓ ଭାଇରାଲ ହୋଇଛି | ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି | ଭିଡିଓରେ ଜଣେ ବ୍ୟକ୍ତି ଜଙ୍ଗଲ ମଝିରେ ବସି ପିଆନୋ ବଜୌଛନ୍ତି | ପିଆନୋ ସ୍ୱରରେ ହାତୀ ଆଗ ପଛ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି | ଭିଡିଓରେ ହାତୀଟି ପିଆନୋ ସ୍ୱରକୁ ବହୁତ ଧ୍ୟାନର ସହ ଶୁଣିବାକୁ ଚେଷ୍ଟା କରୁଛି | ଯେପରି ହାତୀଟି ପ୍ରତ୍ୟେକ ସ୍ୱରର ଅର୍ଥ ବହିବାକୁ ଚେଷ୍ଟା କରୁଛି |

{"id":282556,"width":576,"height":334,"sizeSlug":"large"}

ଭିଡିଓକୁ ବନବିଭାଗ ଅଧିକାରୀ ଆଇଏଫଏସ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | ଭିଡିଓ ସେୟାର କରି ସୁଶାନ୍ତ ନନ୍ଦା କ୍ୟାପସନରେ ଲେଖିଛନ୍ତି ଯେ, 'ଏହି ହାତୀ ଦେଖି ପାରେନାହିଁ | କିନ୍ତୁ ମ୍ୟୁଜିକ ଶୁଣିବା ପାଇଁ ଆଖିର ଆବଶ୍ୟକତା ନାହିଁ | ମ୍ୟୁଜିକ ସୟାଣିବା ପାଇଁ ହୃଦୟ ଆବଶ୍ୟକ |'

wp:core-embed/twitter {"url":"https://twitter.com/i/status/1269515556601790465","type":"rich","providerNameSlug":"twitter","className":""}
https://twitter.com/i/status/1269515556601790465
/wp:core-embed/twitter

ହାତୀ ଓ ପିଆନୋର ତାଳମେଳର ଏହି ଭିଡିଓକୁ ସୋସିଆଲ ମିଡ଼ିଆ ୟୁଜର୍ସ ଖୁବ ପସନ୍ଦ କରିଛନ୍ତି | ଏହା ପୂର୍ବରୁ ହାତୀ ନିଜ ମହନ୍ତ ସହ କଥାବାର୍ତ୍ତା କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା | ମହନ୍ତ ଘରକୁ ଯିବା ପାଇଁ ହାତୀ ଠାରୁ ଅନୁମତି ମାଗୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.