Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ହିନ୍ଦୋଳ ବନାଞ୍ଚଳରେ ଜଣଙ୍କୁ ଶୁଣ୍ଢରେ କଚାଡି ମାରିଲା ଦନ୍ତା

17/01/2020 at 11:46 AM

ଢେଙ୍କାନାଳ ୧୭।୧: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନି। ଗତ ଦୁଇ ଦିନ ତଳେ ବରାହ ଫାଶରେ ଏକ ଦନ୍ତା ହାତୀ ମାରିବା ପରେ ଆଜି ହାତୀ ଜଣେ ଶ୍ରମିକଙ୍କୁ ଶୁଣ୍ଢରେ କଚାଡି ମାରିଦେଇଛି । ମୃତକ ଜଣଙ୍କ ହେଲେ ରାସୋଳ ଥାନା ଅନ୍ତର୍ଗତ ବମ୍ପା ଗ୍ରାମର ଭାସ୍କର ବେହେରା । ଭାସ୍କରଙ୍କ ମୃତଦେହ ହିନ୍ଦୋଳ ବନାଞ୍ଚଳର ବମ୍ପା ନିକଟସ୍ଥ କାଜୁ ଜଙ୍ଗଲରୁ ଠାବ କରାଯାଇଛି ।

ଗୁରୁବାରଠାରୁ ଭାସ୍କର ବାବନ୍ଧ ସ୍ଥିତ ବ୍ୟାଙ୍କକୁ ଯାଇ ଘରକୁ ଫେରି ନଥିଲେ । ଫଳରେ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ଖୋଜାଖୋଜି କରି ପାଇନଥିଲେ । ତେବେ ଶୁକ୍ରବର ବାବନ୍ଧ ବମ୍ପା ରାସ୍ତାର କାଜୁ ଜଙ୍ଗଲରେ ତାଙ୍କ ମୃତ ଦେହକୁ ଗ୍ରାମବାସୀ ଠାବ କରିଛନ୍ତି । ଏହି ଅଂଚଳରେ ବୁଲୁଥିବା ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଥିବା ଜଣାପଡିଛି ।

ଖବର ପାଇ ଘଟଣାସ୍ଥଳକୁ ବନ କର୍ମଚାରୀ ମାନେ ପହଞ୍ଚିଛନ୍ତି । ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ବନ ବିଭାଗ ।

   Related Posts