ରାତି ଅଧରେ ହାତୀକୁ ମାରି ପୋତିଦେଲେ, ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | October 29, 2021 IST

ଆଠଗଡ଼ ୨୯/୧୦ : ହାତୀ ମୃତକୁ ନେଇ ବର୍ଷ ତମାମ ଚର୍ଚ୍ଚାରେ ଆଠଗଡ଼ ବନ ବିଭାଗ । କେତେବଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ହାତୀ ମୃତ୍ୟୁ ତ ଆଉ କେତେବେଳେ ଶିକାରୀ ଗୁଳିରେ । ତେବେ ଗତ ବର୍ଷ ୧୦ ବର୍ଷର ଦନ୍ତା ହାତୀ କୁଲାଇଲୋ ବିଟ୍ ହାଉସ୍ ଅଧୀନ ସୁବାସି ସଂରକ୍ଷିତ ଜଙ୍ଗଲରେ ଶିକାରୀ ଗୁଳିରେ ମୃତ୍ୟୁ ହୋଇଥିବା ନେଇ ଆଠଗଡ଼ ଅଞ୍ଚଳରେ ବେଶ ଚର୍ଚ୍ଚା ହୋଇଥିଲା ।

କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ମାନଙ୍କ ପାଖରେ ଆବଶ୍ୟକ ପ୍ରମାଣ ନଥିବା ଯୋଗୁ ଖବରଟି ପ୍ରକାଶ ପାଇ ପାରିନଥିଲା । । ଶେଷରେ ଶିକାରୀ ଗୁଳିରେ ମୃତ୍ୟୁ ବରଣ କରିଥିବା ଦନ୍ତାହାତୀର ମୃତ୍ୟୁ ଏବଂ ରାତି ଅଧରେ ତରବରିଆ ଭାବେ ଜଙ୍ଗଲ ମଧ୍ୟରେ ପୋତି ଦେଇଥିବା ଭିଜୁଆଲ ହସ୍ତଗତ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏ ନେଇ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ ପାଖରେ ଖବର ନାହିଁ ।

ଆଠଗଡ଼ ବନ ବିଭାଗ ଅଧିକାରୀଙ୍କ ଅଜାଣନ୍ତରେ କିପରି ହାତୀକୁ ପୋତି ଦିଆଗଲା ନେଇ ଉଠୁଛି ପ୍ରଶ୍ନ ? ଅନ୍ୟପଟେ ଶିକାର ହୋଇଥିବା ଦନ୍ତା ହାତୀର ଦାନ୍ତ ଗଲା କୁଆଡେ଼ ? ଏନେଇ ବିଭାଗୟ ଅଧିକାରୀ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ । ତେବେ ଆଠଗଡ଼ ରେଞ୍ଜର ଆଈସା ଅଖତର ନିଶା ମୃତ ହାତୀକୁ ପୋତୁ ଥିବା ସମୟରେ ଉପସ୍ଥିତ ଥିବା ଜଣାପଡିଛି ଏହି ଭାଇରାଲ୍ ଭିଡ଼ିଓରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.