Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

କୌତୁକିଆ ହାତୀଛୁଆ : ଜନ୍ମ ହେବାର ୨୦ମିନିଟ୍ ପରେ ମାଆ ସହ ନାଚିଲା,ଭିଡିଓ ଭାଇରାଲ୍

13/06/2020 at 9:46 AM

ନୂଆଦିଲ୍ଲୀ ୧୩/୬: ଜଣେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ରଖି ଖୁଆଇବାର ଘଟଣା ପୂରା ଦେଶକୁ ସ୍ତବ୍ଧ କରି ରଖିଛି। ସେହିପରି କେରଳରେ କୁକୁର ମୁହଁକୁ ଟେପରେ ବାନ୍ଧି ମରିବା ପାଇଁ ଛାଡ଼ି ଦେବା ଭଳି ଘଟଣା ମଧ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ଏବେ କିନ୍ତୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ହାତୀ ଏକ ଛୁଆକୁ ଜନ୍ମ ଦେବାର ୨୦ମିନିଟ୍ ପରେ ହାତୀଛୁଆ ନିଜ ମାଆ ସହ ନାଚିବାକୁ ଲାଗିଥିଲା।

 ସୋସିଆଲ୍ ମିଡିଆରେ ମାଆ ହାତୀ ଏବଂ ଛୁଆ ହାତୀର ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଭିଡିଓ ଦେଖିବାକୁ ଅତ୍ୟନ୍ତ ମଜାଳିଆ ହୋଇଛି କାରଣ ଏହି ହାତୀ ଶାବକ ଜନ୍ମର ୨୦ମିନିଟ୍ ମଧ୍ୟରେ ଛିଡ଼ା ହୋଇ ନାଚିବାକୁ ଲାଗିଥିଲା। ଏହି ଭିଡିଓରେ ପରିଷ୍କାର ଭାବେ ଦେଖିବାକୁ ମିଳୁଛି ଯେ ହାତୀଛୁଆଟି ଠିକରେ ତଳେ ଛିଡ଼ା ହୋଇ ପାରୁ ନାହିଁ କିନ୍ତୁ ତଥାପି ସେ ଧୀର ଗତିରେ ନୃତ୍ୟ କରୁଛି।

ଏହି ଭିଡିଓକୁ ଭାରତୀୟ ଫରେଷ୍ଟ୍ ଅଫିସର ସୁଶାନ୍ତା ନନ୍ଦା ସେୟାର କରିଛନ୍ତି। ସେ ଏଥିରେ କ୍ୟାପସନରେ ଲେଖିଛନ୍ତି,‘ ହାତୀଛୁଆ ୨୦ମିନିଟ୍ ପୂର୍ବରୁ ଜନ୍ମ ନେଇଛି ଏବଂ ଦେଖନ୍ତୁ କିଭଳି ନୃତ୍ୟ କରି ନିଜ ଜନ୍ମର ଖୁସି ଉପଭୋଗ କରୁଛି। ଏବେ ଏହି ଗୋଡ଼ରେ ତାକୁ କେତେ ଲମ୍ବା ଯାତ୍ରା କରିବାକୁ ପଡ଼ିବ।’

ପୋଷ୍ଟ ହେବା ପରେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିଛନ୍ତି। ଏବେ ସୁଦ୍ଧା ଏହାକୁ ଏକାଧିକ ଲାଇକ୍ସ ଏବଂ ରିଟ୍ବିଟ୍ ମିଳିସାରିଛି।

   Related Posts