ସାତକୋଶିଆ ପହଞ୍ଚିଲା ହାତୀ ‘ଯଶୋଦା’ ; ସୁନ୍ଦରୀ ବାଘୁଣୀକୁ କାବୁ କରିବାରେ କରିବ ସହାୟତା

Published By : Prameya-News7 Bureau | November 03, 2018 IST

ଅନୁଗୋଳ ୩|୧୧:  ସୁନ୍ଦରୀ ବାଘୁଣୀକୁ କାବୁ କରିବା ନେଇ ସହାୟତା କରିବାକୁ ସାତକୋଶିଆ ପହଞ୍ଚିଲା ହାତୀ ‘ଯଶୋଦା’ । ଆଜି ଭେ।ର ସାଢେ ୪ ଟାରେ ଯଶେ।ଦା ସାତକେ।ଶିଆ ପୁରୁଣାକେ।ର୍ଟରେ ଯାଇ ପହଞ୍ଚିଛି । ସେଠି ଖାଇବା ପିଇବା ଠିକ୍ ଠାକ୍ କରିଛି । ଏବେ ଯଶେ।ଦା ସୁସ୍ଥ ଥିବା ଜଣାପଡ଼ିଛି । ଯଶେ।ଦା ସହିତ ନନ୍ଦକାନନ, ଚନ୍ଦକା ଓ ଡ଼ମପଡ଼ା ଅଭୟାରଣ୍ୟରୁ ୧୨ ଜଣିଆ ଟିମ୍ ମଧ୍ୟ ଯାଇଛି । ଟିମ୍ ରେ ନନ୍ଦକାନନର ଭେଟେନାରୀ ଡ଼ାକ୍ତର ଅଛନ୍ତି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ବେଳେ ଭେଟେନାରୀ ଡ଼ାକ୍ତର ତାଙ୍କ ସହିତ ପାଖେପାଖେ ରହିବେ । ଯଶେ।ଦାକୁ ବାଘ ନିକଟକୁ ନେବା ଲାଗି ନନ୍ଦନକାନରୁ ମାହୁନ୍ତ ଯିବେ । ନେପାଳୀ ମାହୁତ ରୁଡ଼ି, ଓଡ଼ିଆ ମାହୁତ ରାଜୁ ଏବଂ ଦେବରାଜ ପ୍ରଧାନ  ଯଶେ।ଦାକୁ ନିୟନ୍ତ୍ରଣ କରିବେ । ହାତୀ ପିଠିରେ ୫ ଜଣ ବସିବା ପରି  ଏକ ଆହୁଜା ତିଆରି ହେବ । ଆଉ ତାଙ୍କ ପଛରେ ବସିବେ ଦୁଇ ଦକ୍ଷ ଟ୍ରାଙ୍କୁଲାଇଜର  ଡ଼ଃ ସନ୍ଦୀପ ଅଗ୍ରୱ।ଲ ଓ ଡ଼ଃ ଅଖିଲେଶ ମିଶ୍ର । ଏମାନେ ହିଁ ଯଶେ।ଦା ଉପରୁ ଥାଇ ଅତି ନିକଟରୁ ଟାର୍ଗେଟ କରିବେ । ସେମାନଙ୍କ ସହ ସାତକେ।ଶିଆ ଟ୍ରାଙ୍କୁଲାଇଜର ସ୍ପେଶାଲିଷ୍ଟ ଡ଼ଃ କିଶେ।ର ସାହୁ, ନନ୍ଦନକାନର ରାମ ବାବୁ ମଧ୍ୟ ରହିବେ । ସମସ୍ତଙ୍କ ହାତରେ ରହିବ ଡ଼େନ୍ ଇଞ୍ଜେକ୍ଟ ସିରିଞ୍ଜ ପ୍ରେ।ଜେକ୍ଟର ଗନ୍ । ୩ ମିଲିଗ୍ରାମ ଜାଇଲାଜାଇନ୍ କେଟାମିନ୍ ନିଶ୍ଚେତକ ଔଷଧକୁ ଡ଼ାର୍ଟିଙ୍ଗ ମାଧ୍ୟମରେ ସୁନ୍ଦରୀ ଦେହକୁ ଛଡ଼ାଯିବ । ସେ ଅଚେତ ହେବା ପରେ ତୁରନ୍ତ କାବୁ କରାଯାଇ ଅଧାଘଣ୍ଟା ଭିତରେ ଯନ୍ତାରେ ଭର୍ତ୍ତି କରାଯିବ । ଆଜି ଗେ।ଟିଏ ଥର ମକଡ୍ରିଲ କରିବ ଯଶେ।ଦା । ଜଙ୍ଗଲ ଭିତରକୁ ଯାଇ ଫେରିବ । ସମ୍ଭବତଃ ଆଜି ଉପରବେଳା କିମ୍ବା ଆସନ୍ତାକାଲିଠୁ ମିଶନ ବାଘୁଣୀରେ ପୂର୍ଣ୍ଣଛେଦ ପକାଇବା ଲାଗି ଟିମକୁ ପିଠିରେ ବେ।ହି ସୁନ୍ଦରୀ ପାଖକୁ ଯିବ ଯଶୋଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.