ସାତକୋଶିଆରୁ ଫେରିଗଲା ହାତୀ ଯଶୋଦା
11/11/2018 at 11:12 AM

ଅନୁଗୁଳ ୧୧/୧୧: ସାତକୋଶିଆରୁ ଫେରିଗଲା ହାତୀ ଯଶୋଦା। ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାପାଇଁ ଯଶୋଦାକୁ ସାତକୋଶିଆକୁ ଅଣାଯାଇଥିଲା। ୬ ତାରିଖରେ ଯଶୋଦା ପିଠିରେ ବସି ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା ବନ ବିଭାଗ। ପୁରୁଣାକୋଟ ରେଞ୍ଜ ପରିସରରେ ଯଶୋଦାକୁ ରଖାଯାଇଥିଲା। ୮ ତାରିଖରେ ଯଶୋଦା ଶିକୁଳିରେ ବନ୍ଧା ହୋଇ ରହିଥିବା ବେଳେ ସ୍ଥାନୀୟ ଜଣେ ଯୁବକ କଦଳୀ ଗଛ ଖାଇବାକୁ ଦେବାବେଳେ ଶୁଣ୍ଢରେ ଟାଣି ନେଇ କଚାଡି ଗୋଡରେ ଦଳି ଦେଇଥିଲା। ଗତକାଲି ସନ୍ଧ୍ୟାରେ ଯଶୋଦାକୁ ଟ୍ରକରେ ଚନ୍ଦକାକୁ ସ୍ଥାନାନ୍ତର କରାଯାଇଛି।
Related Posts
ଆଜି ରାଜ୍ୟ କ୍ୟାବିନେଟ୍ : ୧୧ ପ୍ରସ୍ତାବରେ ବାଜିପାରେ ମୋହର
12 April 2021