ପରିତ୍ୟକ୍ତ କୂଅ ଭିତରେ ହାତୀ, ୭ରୁ ୮ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

Published By : Prameya-News7 Bureau | March 11, 2021 IST

ଅନୁଗୁଳ ୧୧।୦୩: ପରିତ୍ୟକ୍ତ କୂଅରେ ହାତୀ । ଦୀର୍ଘ ୭ରୁ ୮ଘଣ୍ଟା ହେବ ହାତୀଟି କୂଅରେ ପଡିରହିଛି । ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଭଳି ପରିସ୍ଥିତିରେ ହାତୀଟି କୂଅରେ ପଡିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।

{"id":421100,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଅନୁଗୁଳ ବାଲିଜେରେଙ୍ଗ ଗାଁର ଏକ ପରିତ୍ୟକ୍ତ କୂଅରେ ହାତୀଟିଏ ପଡିରହିଛି । ସ୍ଥାନୀୟ ଲୋକେ ଦେଖିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ଏଥିରେ ସଫଳ ହୋଇନଥିଲେ । ଶେଷରେ ଏନେଇ ବନବିଭାଗକୁ ଖବର ଦିଆଯାଇଥିଲା ।

{"id":421101,"sizeSlug":"large","linkDestination":"none"}

ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ଦୀର୍ଘ ୭ରୁ ୮ଘଣ୍ଟା ହେଲା ହାତୀଟି କୂଅରେ ପଡିରହିଥିବାରୁ, ତାକୁ ଦେଖିବା ପାଇଁ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ ଲାଗିବାରେ ଲାଗିଛି ।

{"id":421102,"sizeSlug":"large","linkDestination":"none"}

ତେବେ କେଉଁ ପରିସ୍ଥିତିରେ ହାତୀଟି କୂଅରେ ପଡିଯାଇଛି । ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଖାଦ୍ୟ ଅନ୍ୟେଷଣରେ ଆସି କୂଅରେ ପଡିଯାଇଥିବା ସ୍ଥାନୀୟଲୋକ ସନ୍ଦେହ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.