Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ନୀଳଗିରିରେ ପୁଣି ଝାଡ଼ଖଣ୍ଡୀ ଦନ୍ତା, ଚିନ୍ତାରେ ଚାଷୀ

22/09/2021 at 11:36 AM

ନୀଳଗିରି ୨୨।୦୯: ନୀଳଗିରି ଅଞ୍ଚଳରେ ପୁଣି ଝାଡ଼ଖଣ୍ଡୀ ଦନ୍ତା। ହାତୀଟି ଧନ ଜୀବନ ସହ ଫସଲ ନଷ୍ଟ କରୁଛି । ଯାହାକୁ ନେଇ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଧାନ ଚାଷ ସରିବା ପରେ ହାତୀ ଆସିବା ସୂଚନା ପାଇ ଚାଷୀ ମାନେ ଆତଙ୍କିତ ହୋଇପଡିଛନ୍ତି। ସେପଟେ ବନବିଭାଗ ହାତୀର ଗତିବିଧି ଉପରେ କଡ଼ା ନଜର ରଖିଛି ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ,  ମୟୁରଭଞ୍ଜ ଜିଲ୍ଲାରେ ଦୀର୍ଘମାସ ଧରି କିଛି ଝାଡ଼ଖଣ୍ଡ ହାତୀ ବିଭିନ୍ନ ଅଞ୍ଚଳରେ ରହି ଉପଦ୍ରଵ କରୁଛନ୍ତି। ଦୁଇଟି ହାତୀ ମଙ୍ଗଳବାର ସନ୍ଧ୍ୟାରେ ନଡ଼ପୁର ଜଙ୍ଗଲରୁ ବାହାରି ନୀଳଗିରି ଆଡକୁ ଆସିଛନ୍ତି । ଗୋଟିଏ ହାତୀ  ଦଲକୀ ଜଙ୍ଗଲକୁ ଫେରି ଯାଇଥିବା ବେଳେ ଦନ୍ତାହାତୀଟି ନୀଳଗିରି ସୀମାନ୍ତରେ ପ୍ରବେଶ କରିଛି। ପାଇଲଟ ଦନ୍ତା ଯଦି ସର୍ଭେ କରି ଫେରେ ତାହେଲେ ପୁଣି ଶତାଧିକ ହାତୀପଲ ଆସିବାର ଯଥେଷ୍ଟ ସମ୍ବାବନା ରହିଛି। ବୁଧବାର ଦନ୍ତାଟି ମିତ୍ରପୁର ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି । ହାତୀ ଗୁଡିକ ନୀଳଗିରି ଅଞ୍ଚଳକୁ ପଶିବାରେ ଯଥେଷ୍ଟ ସମ୍ବାବନା ରହିଛି। ବନ ବିଭାଗ ତାର ହାତୀର ଗତିବିଧି ଉପରେ ନଜର ରଖିଛି।

   Related Posts