ଅନଗୁଳ ଛେଣ୍ଡିପଦା ବଜାରକୁ ପଶିଆସିଛି ଦନ୍ତା ହାତୀ

Published By : Prameya-News7 Bureau | December 08, 2018 IST

ଅନୁଗୁଳ ୦୮|୧୨: ଅନଗୁଳଛେଣ୍ଡିପଦା ବଜାରକୁ ପଶି ଆସିଛି ଦନ୍ତା ହାତୀ । ଜଙ୍ଗଲକୁ ଯିବାକୁ ବାଟ ନପାଇଁ ସହର ସାରା ଦୌଡୁଛିହାତୀ । ଗାଡି ମୋଟର ଶବ୍ଦ ଓ ଲୋକଙ୍କ କଳାହଳରେ ହାତୀଟି ଅତିଷ୍ଠ ହୋଇ ଜଙ୍ଗଲକୁ ଯିବାକୁ ବାଟ ଖୋଜୁଛି। ସେପଟେ ହାତୀକୁ ଦେଖିବାକୁ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ । କିଏ ପାଖକୁ ଯାଇ ସେଲଫି ନେଉଛିକିଏ ଭୟରେ ଦୁରରୁ ହାତୀକୁ ଦେଖୁଛି । ହାତୀଟି ପାଖ ଜଙ୍ଗଲରୁ ସହର ଭିତରକୁ ପଶିଆସିଥିବା ଜଣାପଡିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି । ଲୋକଙ୍କୁ ହାତୀ ପାଖକୁ ଯିବାକୁ ବାରଣ କରୁଛି ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.