ପିପିଲିରେ ମାରିଲା, ରାଜଧାନୀରେ ପଶିଲା : ପାତ୍ରପଡାରେ ଅଞ୍ଚଳରେ ନରହନ୍ତା ଦନ୍ତା, ଘଉଡାଉବା ପାଇଁ ଉଦ୍ୟମ ଜାରି

Published By : Prameya-News7 Bureau | February 24, 2020 IST

ଭୁବନେଶ୍ବର ୨୪।୦୨: ପୁରୀ ବଳଙ୍ଗା ଅଞ୍ଚଳରେ ୫ଜଣଙ୍କୁ ମାରିଥିବା ନରହନ୍ତା ଦନ୍ତା ଏବେ ଭୁବନେଶ୍ବରରେ ପଶିଛି । ଗଙ୍ଗୁଆ ପାରି ହୋଇ ଭୁବନେଶ୍ବର ଉପକଣ୍ଠକୁ ଚାଲି ଆସିଛି । ପାତ୍ରପଡା ଅଞ୍ଚଳରେ ହାତୀର ପାଦ ଚିହ୍ନ ଦେଖିବାକୁ ମିଳିଛି । ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

{"id":228394,"sizeSlug":"large"}

ପିପିଲି ଅଞ୍ଚଳରେ ୫ ଜଣଙ୍କୁ ମାରିବା ପରେ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ରବିବାର ରାତିରୁ ଏକ ତିନି ଜଣିଆ ଟିମ୍ ପିପିଲି ଅଞ୍ଚଳରେ ଡେରା ପକାଇଥିଲେ । ହେଲେ ହାତୀଟି ଭୁବନେଶ୍ବର ଉପକଣ୍ଠକୁ ଚାଲି ଆସିଥିବା ଜଣାପଡିଛି । ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ଯାଇଛନ୍ତି । ପାତ୍ରପଡା ମେଡିସିନାଲ ଗାର୍ଡେନ ସୋମବାର ସକାଳୁ ସକାଳୁ ଏହା ମହିଳାଙ୍କୁ ଆକ୍ରମଣ କରିଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ଏବେ ଘଟଣାସ୍ଥଳରେ ଚନ୍ଦକା ଡମପଡା ବନବିଭାଗ କର୍ମଚାରୀ ଏବଂ ପୋଲିସ ସ୍ଥିତି ଉପରେ ନଜର ରଖିଛନ୍ତି ।

{"id":228395,"sizeSlug":"large"}

ଆତଙ୍କିତ ନହେବାକୁ ଲୋକଙ୍କୁ ବନବିଭାଗ ପରାମର୍ଶ ଦେଇଛି । ଶଙ୍କରବିହାରରୁ କଳିଙ୍ଗବିହାର ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସାଧାରଣ ଲୋକଙ୍କୁ ଘରୁ ନବାହାରିବାକୁ ବାରଣ କରାଯାଇଛି । ଦିନ ତମାମ ହାତୀ ଉପରେ ନଜର ରଖିବ ବନବିଭାଗ । ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ଘଉଡାଇବାକୁ ଚେଷ୍ଟା କରାଯାଉଥିବା ଭୁବନେଶ୍ବର ସିଟି ଫରେଷ୍ଟ ଏସିଏଫ୍ ପ୍ରଶାନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

{"id":228396,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.