Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଭଞ୍ଜନଗରରେ ହାତୀ ଆତଙ୍କ, ଖଳାରେ ପସି ଖାଉଛନ୍ତି ଧାନ

14/12/2020 at 2:43 PM

ଭଞ୍ଜନଗର,୧୪/୧୨: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ବନଖଣ୍ଡ ଅଧୀନରେ ଥିବା ରମ୍ଭା ସେକ୍ସନର ବିଭିନ୍ନ ଗ୍ରାମରେ ହାତୀ ପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗତ ଏକ ମାସ ଧରି ଗ୍ରାମରେ ହାତୀପଲ ଉପଦ୍ରବ ଚଳାଇଛନ୍ତି ।

ପାଇତା ଗାଁ, ଭାଲୁ ଗୁଡା, ରମ୍ଭା, ଦଦର ଲୁଣ୍ଡା  ଆଦି ଜଙ୍ଗଲ ନିକଟ ଗ୍ରାମ ଗୁଡ଼ିକରେ ଦୀର୍ଘ  ଏକ ମାସ ଧରି ଚାଲିଛି ହାତୀଙ୍କ ଉପଦ୍ରବ ।  କେଉଁଠି ହାତୀପଲ ବିଲରେ ଧାନକୁ ଦଳି ଚକଟି ନଷ୍ଟ କରିଛନ୍ତି ତ କେଉଁଠି ଖଳାରେ ପଶି ଧାନ ଖାଉଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଖବର ଦେଲେ ମଧ୍ୟ କେହି ଆସୁନାହାନ୍ତି। ଫଳରେ ଗାଁ ଲୋକେ ନିଜ ଉପାୟରେ ହାତୀକୁ ଘଉଡାଇବାକୁ ବାଧ୍ୟ ହେଉଛନ୍ତି ।

ହାତୀଙ୍କୁ ଡରି ଚାଷୀ ମାନେ ଧାନ ଫସଲ ଶୀଘ୍ର କାଟି ଘର ପାଖ ଖଳାରେ ରଖିଥିଲେ । କିନ୍ତୁ ଏବେ ହାତୀପଲ ଖଳାରେ ପସି ଧାନ ଖାଇ ପକାଉଛନ୍ତି ।  ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫଓଙ୍କୁ ପଚାରିବାରୁ ସେ ଅଭିଯୋଗ ଆସିଲେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

   Related Posts